ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦
ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। NEP ୨୦୨୦ ଲାଗୁ ନେଇ ବିଦ୍ୟାଳୟ ଓ ଗଣଣିକ୍ଷା ମନ୍ତ୍ରୀଙ୍କ ସୂଚନା। ଜାନୁୟାରୀ ୨୧ରୁ ୨୩ ଯାଏଁ ହେବ NEP କର୍ମଶାଳା। NEP ହେଲେ ଜିରୋ ଡ୍ରପ୍ ଆଉଟ ସହ ଗୁଣାତ୍ମକ ଶିକ୍ଷା ମିଳିପାରିବ। ପରବର୍ତ୍ତୀ ସମୟରେ ବାଲବାଟିକା ୧ ଓ ଦୁଇ ବି ନେବାକୁ ଯୋଜନା। ପିଏମ୍ଶ୍ରୀ ଯୋଜନା ପାଇଁ କେନ୍ଦ୍ର ସହ ଏମ୍ଓୟୁରେ ୩୫୦ ସ୍କୁଲ ମିଳିଛି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷାକୁ ଗୁରୁତ୍ବ ।

ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା ଷ୍ଟିଅରିଙ୍ଗ କମିଟି। ଏନଇପି (ନ୍ୟାସନାଲ ଏଜୁକେସନାଲ ପଲିସି) କାର୍ୟ୍ୟକାରୀ କରିବାକୁ ଏହି କମିଟି ଗଠନ କଲେ ସରକାର। ୧୬ ଜଣ ସଦସ୍ୟଙ୍କୁ ନେଇ ଗଠିତ ଷ୍ଟିଅରିଙ୍ଗ କମିଟି କରିଛନ୍ତି ରାଜ୍ୟ ସରକାର । ଏବଂ ଏହାର ଅଧ୍ୟକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଗଠିତ କମିଟିରେ ଥିବା ୧୬ ଜଣ ସଦସ୍ୟ ପାଠ ଖସଡା ପ୍ରସ୍ତୁତ କରିବେ।












Click it and Unblock the Notifications