ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ ହେବ ନ୍ୟାସନାଲ୍‌ ଡିଜିଟାଲ୍‌ ହେଲଥ୍‌ ମିଶନ; ବଡ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ପ୍ରେସକ୍ରିପ୍‌ସନ୍‌ରୁ ମିଳିବ ମୁକ୍ତି । ଆଉ ମାଳ ମାଳ ପ୍ରେସକ୍ରିପସନ୍‌ ଧରି ବୁଲିବେନି ରୋଗୀ । ଏଣିକି ଗୋଟିଏ କାର୍ଡରେ ରହିବ ରୋଗୀଙ୍କ ସମସ୍ତ ତଥ୍ୟ । ଖୁବ୍‌ ଶୀଘ୍ର ସରକାର ଲାଗୁ କରିବେ ନ୍ୟାସନାଲ୍‌ ଡିଜିଟାଲ୍‌ ହେଲଥ୍‌ ମିଶନ ।

Mukesh mahaling

ଏନେଇ ଗୁରୁବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ନ୍ୟାସନାଲ୍‌ ହେଲଥ୍‌ ଅଥରିଟି ଅଧୀନରେ ରହିବ 'ଆଭା କାର୍ଡ' । ଏହାର ନାଁ ରହିବ ଆୟୁଷ୍ମାନ ଭାରତ ହେଲଥ୍‌ ଆକାଉଣ୍ଟ ବା ଆଭା କାର୍ଡ । କ୍ୟୁ ଆର୍‌ କୋଡ୍‌ ସ୍କାନ୍‌ କଲେ ପୂର୍ବ ରୋଗ ସମ୍ପର୍କରେ ତଥ୍ୟ ମିଳିପାରିବ । ଲୋକ ସଂଖ୍ୟା ଅନୁସାରେ 'ଆଭା' ଆକାଉଣ୍ଟ ରେଜିଷ୍ଟ୍ରେସନ କରି ପାରିବେ । ଫେବୃଆରୀ ପୂର୍ବରୁ କାର୍ଡ ବଣ୍ଟନ ନେଇ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ଅନ୍‌ଲାଇନ୍‌ ମାଧ୍ୟମରେ ଏହି କାର୍ଡ ଆବେଦନ କରି ପାରିବେ । ଆୟୁଷ୍ମାନ ଭାରତ ସହ ଏହା ମିଳିବ । ଏହି କାର୍ଡରେ ରୋଗୀଙ୍କ ସମସ୍ତ ତଥ୍ୟ ରହିବ। ଏଟିଏମ୍‌ ଓ ପାନ୍‌ ଭଳି ୧୪ ଡିଜିଟ୍‌ ମଧ୍ୟ ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+