ବଦଳିବ ‘ଲକ୍ଷ୍ମୀ ବସ୍’ର ନାଁ ,ପରିବହନ ମନ୍ତ୍ରୀ ଦେଲେ ବଡ ସୂଚନା
ଲକ୍ଷ୍ମୀ ବସ୍ ନାଁକୁ ନେଇ ବଡ଼ ଅପ୍ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟର ପ୍ରତି କୋଣ ଅନୁକୋଣରେ ଗଡ଼ୁଛି ଲକ୍ଷ୍ମୀ ବସ୍ । ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି। ଏହାରି ଭିତରେ ଭାଜପା ସରକାର ଲକ୍ଷ୍ମୀ ବସ ନାଁ ପରିବର୍ତ୍ତନ କରିବେ ନାଁ ସେହି ନାଁ ରହିବ ତାହାକୁ ନେଇ ଚର୍ଚ୍ଚା ଚାଲଥିବା ବେଳେ ଆଜି ଏହାକୁ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ବିଜେଡି ସରକାର ଏହି ଯୋଜନାକୁ ଗତବର୍ଷ ଆରମ୍ଭ କରିଥିଲେ । ଅଳ୍ପ ଟଂକାରେ ପଂଚାୟତ ଓ ବ୍ଲକକୁ ସହର ସହ ଯୋଡିବା ପାଇଁ ନବୀନ ସରକାର ଏହି ଯୋଜନା କରିଥିଲେ । କିନ୍ତୁ ସରକାର ବଦଳିବା ପରେ ଏହି ଯୋଜନାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା । ଅନେକ ସ୍ଥାନରେ ବସ ଗୁଡିକ ପଡି ରହିଥିବା ଦେଖିବାକୁ ମିଳିଛି । ଏହାପରେ ବସ ସେବା ଜାରି ରହିବ କିନ୍ତୁ ନୂଆ ନାଁରେ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications