ସରିଲା ୩ ରଥର ନାହାକା କାମ, ବୁଧବାର ହେବ ଚକାଡେରା ନୀତି

ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀ ରଥ ଖଳାରେ ଆଗେଇ ଚାଲିଛି ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ପ୍ରସ୍ତୁତିରେ ଜୋର୍ ସୋରେ ଲାଗିପଡିଛନ୍ତି ମହାରଣା ସେବକ ମାନେ ।

rath yatra

ଆଜି ତିନି ରଥର ନାହାକା, ଅଖ ନିର୍ମାଣ ଅନୁକୂଳ ପୂଜା ବିଶ୍ୱକର୍ମା ସେବକଙ୍କ ଦ୍ୱାରା ସମ୍ପୂର୍ଣ୍ଣ କରାଯାଇଛି । ତେବେ ଆସନ୍ତା ବୁଧବାର ପବିତ୍ର ଭଉଁରୀ ତିଥିରେ ଚକା ଡ଼େରା ନୀତି ପାଳିତ ହେବ ।

ସେଥିପାଇଁ ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ତିନି ରଥର ମୁଖ୍ୟ ବିଶ୍ୱକର୍ମା ସେବକଙ୍କ ଦ୍ୱାରା କରାଯାଇଛି । ନାହାକା ଅଖର ଦୁଇ ପାର୍ଶ୍ୱ ଗୋଲେଇ କାର୍ଯ୍ୟ ପରେ ମାଠେଣୀ କାର୍ଯ୍ୟ କରାଯାଇଛି । ତାଳଧ୍ୱଜ ରଥର ମୋଟ ୧୪ଟି ଚକ ମଧ୍ୟରୁ ୨ଟି ନାହାକା ଚକ ଏବଂ ୨ଟି ପଡ଼ି ନାହାକା ଚକ ନିର୍ମାଣ ଶେଷ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+