ବିଧାନସଭାରେ ନବ ଦାସଙ୍କ ହତ୍ୟାର ଗୁମର ଖୋଲିବ:ଜୟନାରାୟଣ ମିଶ୍ର
ବିଧାନସଭାରେ ଖୋଲିବ ନବ ଦାସଙ୍କ ହତ୍ୟାକାଣ୍ତର ଗୁମର, ଅନେକ ରହସ୍ୟ ରହିଛି । ମୁଦାଲାଙ୍କୁ ଖସାଇବା ପାଇଁ ପୋସିଲ ଉଦ୍ୟମ କରୁଛି । ଷଡ଼ଯନ୍ତ୍ରକାରୀ ମୋ ବିରୋଧରେ ପ୍ରୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି: ଜୟନାରାୟଣ ମିଶ୍ର

ନବ ଦାସଙ୍କ ହାତ୍ୟା ମାମଲା:ଆଜି ପୁଣି ବିରୋଧୀ ଦଳ ନେତା ନବ ଦାସଙ୍କ ହତ୍ୟାକୁ ନେଇ ଖୋଲିଛନ୍ତି ମୁହଁ । ସେ କହିଛନ୍ତି, ବିଧାନସଭାରେ ଖୋଲିବ ନବ ଦାସଙ୍କ ହତ୍ୟାକାଣ୍ତର ଗୁମର, ଅନେକ ରହସ୍ୟ ରହିଛି । ମୁଦାଲାଙ୍କୁ ଖସାଇବା ପାଇଁ ପୋଲିସ ଉଦ୍ୟମ କରୁଛି । ଷଡ଼ଯନ୍ତ୍ରକାରୀ ମୋ ବିରୋଧରେ ପ୍ରୟୋଜିତ କାର୍ଯ୍ୟକ୍ରମ କରୁଛନ୍ତି । ମୋତେ ମ୍ୟାନେଜ ନକରି ପାରିବାରୁ ଏହି ସବୁ ଷଡଯନ୍ତ୍ର କରାଯାଉଛି ।
ସେ ଆହୁରି କହିଛନ୍ତି, 'ମୁଁ ନବ ଦାସ ହତ୍ୟାକାଣ୍ତର ଗୁମର ଖୋଲୁଥିବାରୁ ସେମାନେ ଭୟଭୀତ । ମୋ ବିରୋଧରେ ହୋଇଥିବା ଅଭିଯୋଗର ଆଲୋଚନା ଚାହିୁଁଥିଲେ ମୁଁ ପ୍ରସ୍ତୁତ ଅଛି । ବିଧାନସଭାରେ ମଧ୍ୟ ଏହି ବିଷୟରେ ଆଲୋଚନା କରିବା ପାଇଁ ମୁଁ ପ୍ରସ୍ତୁତ ଅଛି' । ବାସଭବନ ଆଗରେ ବିକ୍ଷୋଭକୁ ନେଇ ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିବା ସହ ସେ କହିଛନ୍ତି, ଗତକାଲି କିନ୍ନରମାନେ ବିକ୍ଷୋଭ କରିବା ପାଇଁ ଆସିଥିଲେ ହେଲେ ମିଠା ଖାଇ ମୋତେ ଆର୍ଶୀବାଦ ଦେଇ ଯାଇଛନ୍ତି ।
ସେହିପରି ବିରୋଧୀ ନେତାଙ୍କୁ ଟାର୍ଗେଟ କରି ଶାସକ ଦଳର ନେତା ଶଶୀଭୂଷଣ ବେହେରା କହିଛନ୍ତି, ରାଜନୀତିରେ ଶାଳୀନତା ରହିବା ଉଚିତ୍ । ବିଧାନସଭାରେ ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛୁ ।
ସୂଚନାଥାଉ କି, ନିକଟରେ ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ ଜୟନାରାୟଣ ଧକ୍କା ମାରିଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମେ କଥା କଟାକଟି, ପରେ ଠେଲାପେଲା ଆରମ୍ବ ହୋଇଯାଇଥିଲା । କେବଳ ଧକ୍କା ନୁହେଁ ଉକ୍ତ ପୋଲିସ ଆଇଆଇସିଙ୍କୁ ଥାପଡ ମାରିବି ବୋଲି କହିବାକୁ ପଛାଇ ନଥିଲେ ଜୟନାରାୟଣ । ବିଜେପି ପକ୍ଷରୁ ସମ୍ବଲପୁରରେ ଜିଲ୍ଲାପାଳଙ୍କ ଅଫିସ ଘେରାଉ ବେଳେ ଏଭଳି ଅପ୍ରୀତିକର ଘଟଣା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications