Get Updates
Get notified of breaking news, exclusive insights, and must-see stories!

ଡ୍ରାଇଭରଙ୍କ ନା କମିଶନରଙ୍କ ହିଁ, ସ୍ଥଗିତ ରହିବ ନାହିଁ ଆନ୍ଦୋଳନ ସଂଘ

ଭୁବନେଶ୍ୱର: ସ୍ଥଗିତ ରହିବ ନାହିଁ ଡ୍ରାଇଭର ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଆସିଥିଲା ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ବୋଲି ଆନ୍ଦୋଳନରତ ଡ୍ରାଇଭରମାନେ କହିଛନ୍ତି । ଏବେ ପରିସ୍ଥିତି ଏପରି ହୋଇଛି ଯେ କମିଶନରଙ୍କ ହଁ ମାତ୍ର ଡ୍ରାଇଭରଙ୍କ ନା । ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ଆଦିତ୍ୟ ବେହେରା ସୂଚନା ଦେଇଛନ୍ତି ।

DRIVER

ସେମାନେ କହିଛନ୍ତି ଯେ ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନେ୍ଦାଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ କହିଛନ୍ତି । ପ୍ରକାଶ ଯେ ପରିବହନ କମିଶନର ଅମିତାଭ ଠାକୁର ଆନେ୍ଦାଳନ ସ୍ଥଗିତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଡ୍ରାଇଭର ସଂଘ ସହ ସରକାରଙ୍କ ଆଲୋଚନା ହୋଇଛି । ସେମାନଙ୍କ ଅନେକ ଦାବି ରାଜ୍ୟ ସରକାର ପୂରଣ କରିଛନ୍ତି । ତେଣୁ ପରିବହନ ବିଭାଗକୁ ସହଯୋଗ କରି ଡ୍ରାଇଭରମାନେ ଆନେ୍ଦାଳନକୁ ସ୍ଥଗିତ ରଖିଛନ୍ତି । ଭାରତ ସରକାରଙ୍କ ସହ ସେମାନଙ୍କ ଆଲୋଚନା ଚାଲିଛି ବୋଲି ଶ୍ରୀ ଠାକୁର କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+