ଆଉ ମାତ୍ର କିଛି ସମୟର ଅପେକ୍ଷା, ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ତଦାରଖ ଟିମ୍

ଆଉ ମାତ୍ର କିଛି ସମୟ ପରେ ଖୋଲିବ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ରତ୍ନଭଣ୍ଡାର ଯାଞ୍ଚ ଶ୍ରୀମନ୍ଦିର ଭିତରକୁ ଗଲେ ତଦାରଖ କମିଟି । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ।

Puri temple

ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଖାଲି ସେତିକି ନୁହେଁ, ରତ୍ନଭଣ୍ଡାର ଭିତରକୁ ବଡ ବଡ ସିନ୍ଦୁକ ମଧ୍ୟ ପ୍ରବେଶ କରିଛି । ଏହାସହ କଟର୍ ମେସିନ୍ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି । ତେବେ ମିଳିଥିବା ସୂଚନା ମୁତାବକ, ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ ।

ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବା ସହିତ ଯାଞ୍ଚ କରାଯିବ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ରତ୍ନଭଣ୍ଡାରକୁ ଷ୍ଟ୍ରଙ୍ଗରୁମକୁ ସିଫ୍ଟ କରିବା ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+