ଦଶହରା ଭେଟି ଦେଲେ ମୋହନ ସରକାର, ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଆଜି ଦଶହରା ପୂଜା ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ କର୍ମଚାରୀମାନଙ୍କ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମା ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ପିଛିଲା ଭାବେ ୨୦୨୪ ଜାନୁୟାରୀ ପହିଲାରୁ ଲାଗୁ ହେବ ।

mohancharanmajhi

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ପରିମାଣ ୧୫ଲକ୍ଷ ଟଙ୍କାରୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ବର୍ଦ୍ଧିତ ଗ୍ରାଚ୍ୟୁଇଟି ପିଛିଲା ଭାବେ ୨୦୨୪ ଜାନୁୟାରୀ ୧ରୁ ଲାଗୁ ହେବ । ରାଜ୍ୟର ବିଭିନ୍ନ ସେବା ସଂଗଠନଗୁଡ଼ିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ଜାନୁୟାରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ(ପେନସନ) ନିୟମ ଅନୁସାରେ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି ସୀମାକୁ ବୃଦ୍ଧି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+