ନକଲି ଚାଷୀଙ୍କୁ ଚିହ୍ନିବା ପାଇଁ ହେବ ପଞ୍ଜି କାରଣ, ମନ୍ତ୍ରୀ ଦେବେ ବଡ ସୂଚନା
ରାଜ୍ୟରେ ଅନେକ ନକଲି ଚାଷୀ ବା ଅଣଚାଷୀ ରହିଛନ୍ତି । ଚାଷୀ ନହୋଇ ବି ଚାଷୀ ହେବାର ସମସ୍ତ ଫାଇଦା ଲାଭ କରୁଛନ୍ତି । ଏଥିପାଇଁ ସରକାର ପୁଣି ପଞ୍ଚିକରଣ କରିବେ । କିଛି ଏମିତି କହି ଅଣଚାଷୀଙ୍କୁ ପୂର୍ବରୁ ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ। ରାସନ କାର୍ଡରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି। ବିଗତ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ସେ କହିଛନ୍ତି, ରାସନ କାର୍ଡ ଭଳି ଚାଷୀ ତାଲିକାରେ ଅନେକ ଅଣ ଚାଷୀ ଥିବାରୁ ଆଉ ଥରେ ତାଲିକା ପ୍ରସ୍ତୁତ ହେବ। ରାସନ କାର୍ଡରେ ଏବେ ସୁଦ୍ଧା ୪୦ ଲକ୍ଷ ଭୂତ ହିତାଧିକାରୀ ବାହାରିଲେଣି। ବିଗତ ୨୪ ବର୍ଷ ଧରି ଯେଉଁ ପ୍ରକ୍ରିୟା ଚାଲିଥିଲା, ସେଥିରେ ସ୍ଵଚ୍ଛତା ଆଣିବାକୁ ନୂଆ ପଦ୍ଧତି ହାତକୁ ନିଆଯାଇଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।












Click it and Unblock the Notifications