ଏକାମ୍ର ପ୍ରକଳ୍ପ ସମୀକ୍ଷା ସହ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମନ୍ତ୍ରୀ
ଭୁବନେଶ୍ୱର : ଆଜି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଏକାମ୍ର ବିଧାୟକ ବାବୁ ସିଂ ଏକାମ୍ର ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ପ୍ରଥମେ ସାନିଟୋରୀୟମ ଛକ ନିକଟରେ ପ୍ରକଳ୍ପ ପରିଦର୍ଶନ କରିଥିଲେ।ଆଜି ଏକାମ୍ର କ୍ଷେତ୍ରର ବିକାଶ ନିମନ୍ତେ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ଉନ୍ନୟନ ନିମିତ୍ତ ପ୍ରକଳ୍ପ କୁ ପରିଦର୍ଶନ କରିବା ସହ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି କାର୍ଯ୍ୟର ସମୀକ୍ଷା କରିଥିଲି।
ଏକାମ୍ର କ୍ଷେତ୍ର ଯୋଜନାରେ ପବିତ୍ର ବିନ୍ଦୁ ସାଗରଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର ଆଖପାଖ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଦ୍ଵାରା ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ ଏହି ପ୍ରକଳ୍ପ ସଫଳ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।ଏହା ପରେ ଏକାମ୍ର ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯଥାଶୀଘ୍ର ଏହାକୁ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ମନ୍ଦିରର ଚତୁପାର୍ଶ୍ଵ ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହ କଥା ହୋଇ ସ୍ଥାନୀୟ ସମସ୍ୟା ସମ୍ପର୍କ ରେ ସ୍ଥିତି ଅନୁଧ୍ୟାନ କରିଲୁ। ମନ୍ଦିର ବ୍ୟତୀତ ଏହାର ଆଖପାଖ ଡ୍ରେନ୍ ସମସ୍ୟାର ତଦାରଖ କରି ତୁରନ୍ତ କାର୍ଯ୍ୟ ଶେଷ କରିବା ପାଇଁ ପ୍ରୟାସ ଆରମ୍ଭ କରିଲୁ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।
ଏକାମ୍ର କ୍ଷେତ୍ର ଭାବରେ ଜଣାଶୁଣା ପୁରୁଣା ଭୁବନେଶ୍ବର ମାଳ ମାଳ ମନ୍ଦିର ସହ ପବିତ୍ର ପୁଷ୍କରିଣୀ, ନିଆରା ପରମ୍ପରା ଓ ସଂସ୍କୃତି ଏବଂ ଐତିହ୍ୟ ସମ୍ପନ୍ନ ସହର। ସେଥିପାଇଁ ଆମେ ଏହି ଅଞ୍ଚଳର ଐତିହ୍ୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଅବିରତ ଉଦ୍ୟମ କରି ଆସିଛୁ ଓ ଆଗକୁ ମଧ୍ୟ କରିବୁ ବୋଲି ବିଧାୟକ ବାବୁ ସିଂ କହିଛନ୍ତି।ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର,ସୁଭାଷିନୀ ପୃଷ୍ଟି,ରଶ୍ମି ମହାପାତ୍ର,ସ୍ବାଗତ ମହାପାତ୍ର,ତୃପ୍ତିମଇ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications