ମିଲରମାନଙ୍କୁ କଡା ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ; କହିଲେ ଭୁଲରେ ବି ଏମିତି କଲେ ହେବ କାର୍ଯ୍ୟନୁଷ୍ଠାନ

ବିଭିନ୍ନ ସ୍ଥାନରେ ମିଲର ମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡା ଆଭିମୁଖ୍ୟ ଜାହିର କଲା ଯୋଗାଣ ବିଭାଗ । ବିଭାଗୀୟ ମନ୍ତ୍ରୀ କୃଷ୍ଣ ପାତ୍ର ମିଲର ମାନଙ୍କୁ ଚେତାବନୀ ଦେଇ କହିଛନ୍ତି ସିଧାସଳଖ ମିଲର ମାନେ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ ।

Krishna Patra

କେବଳ ସରକାରଙ୍କ ଦ୍ଵାରା ସ୍ଥିରୀକୃତ ମଣ୍ଡି ରୁ ଧାର୍ଯ୍ୟ ଦରରେ ଧାନ କିଣିବେ। ସିଧାସଳଖ ମିଲରଙ୍କ ପାଖକୁ ଧାନ ଯିବ ନାହିଁ । ଯଦି ମିଲର ସିଧାସଳଖ ଧାନ କିଣିବେ ସେ ମିଲକୁ ସିଲ କରି ଦିଆଯିବ । କଡ଼ା ଆକ୍ସନ ନିଆଯିବ । ସେହି ମିଲକୁ କଳା ତାଲିକା ଭୁକ୍ତ କରାଯିବ , ସେ ଆଉ ବେପାର କରି ପାରିବ ନାହିଁ ।

ନୂଆପଡ଼ାରେ ସେମିତି ଘଟଣା ସାମ୍ନାକୁ ଆସିଥିଲା ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି । ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀ ମାନେ ଧାନ ବିକିବା ପାଇଁ ତରତର ହେଇ ଯାଉଥିବାରୁ ତାର ସୁଯୋଗ ଦଲାଲ ମାନେ ନେଉଛନ୍ତି ।

ତେଣୁ ଚାଷୀ ମାନଙ୍କୁ ଅପିଲ କରୁଛି ଟୋକନ ଯେଉଁ ସମୟରେ ଦିଆ ଯାଉଛି ସେହି ସମୟରେ ଧାନ ମଣ୍ଡିକୁ ଆଣନ୍ତୁ । ସରକାର ସେହି ଦିନ ହିଁ ତାଙ୍କ ଠୁ ଧାନ କିଣିନେବେ । ସେମାନଙ୍କ ଧାନ ମଣ୍ଡିରେ ପଡ଼ି ରହିବ ନାହିଁ ,ଏଥିସହ ସେ କହିଛନ୍ତି ଏବେ ବି ଅଭାବୀ ବିକ୍ରି ହେଉଛି ।

ଧାନ କିଣାଯିବା ଯାଏଁ ସେମାନେ ଅପେକ୍ଷା କରି ରହି ପାରୁନାହାନ୍ତି । ମିଡିଲ ମ୍ୟାନ ତାଙ୍କ ପାଖେ ପହଂଚି ଯାଉଛନ୍ତି । ପୂର୍ବରୁ ଏହି ଯୋଗାଣ ବିଭାଗରେ ବହୁତ୍ କେଳାଙ୍କାରି ଚାଲୁଥିଲା ଏ ସରକାରରେ ଚାଲିବ ନାହିଁ ।

ସରକାର ପରିବର୍ତ୍ତନ ସହିତ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର । ଦୁର୍ନୀତିକୁ ସହିବନି ଏଇ ସରକାର । ଏହା ନବୀନ ପଟ୍ଟନାୟକଙ୍କ ସରକାର ନୁହେଁ ମୋହନ ମାଝୀଙ୍କ ସରକାର । ଏଠି ଦୁର୍ନୀତି ଭ୍ରଷ୍ଟାଚାର ପ୍ରତି ଶୁନ୍ୟ ସହଶୀଳତା । ଯିଏ ବି ହେଉ କାର୍ଯ୍ୟାନୁଷ୍ଠାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+