ପୁଣି ବିଜେଡି ଉପରେ ବର୍ଷିଲେ ଆଇନ ମନ୍ତ୍ରୀ ; କହିଲେ କାହାର କେତେ କ୍ରେଜ୍, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଛି
ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ରାଜଧାନୀ । ଆଜି ରାଜଧାନୀର ବିଭିନ୍ନ ପୂଜା ପଣ୍ଡପ ବୁଲି ମାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହା ପରେ ଆରମ୍ଭ ହୋଇଛି ରାଜନୀତି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ମେୟର ସୁଲୋଚନା ଦାସଙ୍କ କ୍ରେଜ ରାଜନୀତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ସେ କହିଛନ୍ତି, କାହାର କେତେ କ୍ରେଜ୍ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡିଛି।

ଆଜି ମା' ଜଗତଧାତ୍ରୀଙ୍କ ଅଷ୍ଟମୀ ପୂଜା। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱରରେ ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି। ଆଉ ମାଆଙ୍କ ଆଶୀର୍ବାଦ ନେବା ସହିତ ପୂଜା ଆୟୋଜକଙ୍କ ସହିତ କଥା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନ ବାବୁଙ୍କ କ୍ରେଜ୍ କମିନି ବୋଲି ସୁଲୋଚନା ଦାସ କହିଥିଲେ।
ସୁଲୋଚନାଙ୍କ ପ୍ରତିକ୍ରିୟାରେ ଜବାବ ରଖି ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ୨୪ ବର୍ଷ ଧରି ବୁଲୁ ନ ଥିଲେ, ସିଏ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡି ଯାଇନଥିଲେ, ସିଏ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ ରହିଛି, ତାହା ୨୦୨୪ ନିର୍ବାଚନରେ ଜଣାପଡିଯାଇଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।












Click it and Unblock the Notifications