ବଡ ସୂଚନା ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ; କହିଲେ ଆୟୁଷ୍ମାନ କାର୍ଡ଼ ଛପା ଚାଲିଛି
ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ମିଶନମୋଡରେ ଚାଲିଛି କାର୍ଡ ଛପା କାର୍ଯ୍ୟ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍କାନ ଯୋଜନାରେ ସାଢ଼େ ୩ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଆୟୁଷ୍ମାନ ଭାରତ ସହ ଆଇଟି ଇନଟ୍ରିଗ୍ରେସନ ଚାଲିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ୬୭ ଲକ୍ଷ ପରିବାରକୁ ରାଜ୍ୟ ତାର ନିଜସ୍ୱ ପାଣ୍ଠିରୁ ଓ ୩୩ ଲକ୍ଷ ପରିବାରର ବୀମା ଟଙ୍କା କେନ୍ଦ୍ର ସରକାର ବହନ କରିବେ। ଦେଶର ୩୦ ହଜାର ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ ହିତାଧିକାରୀ ।

ସୁଚନା ଅନୁଯାୟୀ ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ଏନେଇ ସୁଚନା ଦେଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ମଧ୍ୟ ହୋଇସାରିଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ସେଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହା ସ୍ବାକ୍ଷରିତ ହୋଇଥିଲା ।
ତେବେ ଓଡିଶାରେ ଆୟୁଷ୍ମାନ ପାଇଁ ଏମଓୟୁ ସ୍ବାକ୍ଷରିତ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଥିଲେ । ରାଜ୍ୟରେ ସାଢେ 3ଟି ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ମନ୍ତ୍ରୀଙ୍କ କହିବା ଅନୁସାରେ, ବିରୋଧୀଦଳରେ ଥିବା ବେଳେ ଏହା ଲାଗୁ କରିବା ପାଇଁ ଦାବି କରିଥିଲୁ । ସରକାରକୁ ଆସିବା ପରେ ଆମେ ପ୍ରତିଶୃତି ପାଳନ କରିଛୁ । ଏହା ଦ୍ବାରା 1.3 କୋଟି ପରିବାରରେ ସାଢେ 3 କୋଟି ଲୋକ ଉପକୃତ ହେବେ । ଗୋପବନ୍ଧୁ ଜନଆରୋଗ୍ୟ ସହିତ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡରେ ମିଳିବ ।ସାରା ଦେଶରେ ଯିଏ ଯେଉଁଠାରେ ରହିଥିଲେ ମଧ୍ୟ ଏହାର ସୁଯୋଗ ପାଇବେ ।












Click it and Unblock the Notifications