ସିଧାସିଧା ଶୁଣାଇ ଦେଲେ ମନ୍ତ୍ରୀ, କହିଲେ ପିଲାଙ୍କ ପଠା ପଢ଼ାକୁ ଛାଡି ଆନ୍ଦୋଳନ କରିବା ଠିକ ନୁହେଁ
ଆନ୍ଦୋଳନକାରୀ ଶିକ୍ଷକଙ୍କୁ ଗଣଶିକ୍ଷାମନ୍ତ୍ରୀଙ୍କ କଡ଼ା ଚେତାବନୀ । ଅମାନିଆ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ କହିଛନ୍ତି ସରକାର ଶିକ୍ଷକଙ୍କ ଦାବିକୁ ନେଇ ବିଚାର କରୁଛନ୍ତି । ଯେଉଁ ଦାବି ଗୁଡିକ ପୂରଣ କରାଯାଇ ପାରିବ ସେ ସବୁ ନିଶ୍ଚିତ ପୂରଣ ହେବ। ସରକାର ସବୁବେଳେ ଶିକ୍ଷକଙ୍କ ସହ ଅଛନ୍ତି । ହେଲେ ପିଲାଙ୍କ ପଠା ପଢ଼ାକୁ ଛାଡି ଆନ୍ଦୋଳନ କରିବା ଠିକ ନୁହେଁ । ସରକାରଙ୍କ ଉପରେ ଚାପ ଦେଲେ କୌଣସି କାମ ହେବ ନାହିଁ।

ଯାହା ଉଚିତ ତାହା ହେବ। ଯେଉଁମାନେ ଅମାନିଆ ହେବେ, କର୍ତ୍ତବ୍ୟରେ ଅବହେଳା କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଗୋଟିଏ ଶିକ୍ଷକ ସଂଘର ଆନ୍ଦୋଳନ ପରେ ଆଉ ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ୪ ମାସ ବିତିଯାଇଥିଲେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବହାରି ନଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆଜି ଠାରୁ ଲୋୟର୍ ପିଏମଜିରେ ଧାରଣା ଆରମ୍ଭ କରିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ।












Click it and Unblock the Notifications