ବଡ ଘୋଷଣା କଲେ ମନ୍ତ୍ରୀ; ଏଣିକି ପ୍ରତି ଗାଁରେ ଖୋଲିବ ଓମଫେଡ ଷ୍ଟଲ

ପ୍ରତି ଗାଁରେ ହେବ ଓମ୍ଫେଡ ଷ୍ଟଲ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି, ଜିଲ୍ଲାର ସମସ୍ତ ବଡ ବଡ ମନ୍ଦିରରେ ଓମ୍‌ଫେଡ ଘିଅର ବ୍ୟବହାର କରିବାକୁ ସମସ୍ତ ଜିଲ୍ଲାପଳମାନଙ୍କୁ କୁହାଯାଇଛି ।

Gokulanand Mallik

ପ୍ରତି ବ୍ଲକରେ ୧୪୨୩ କୋଟି ଟଙ୍କା ବ୍ୟୟରେ କାମଧେନୁ ଯୋଜନା ହେବ । ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ଵ ଦିଆଯିବ । ଗାଈ ବାଚୁରୀଙ୍କ ଖାଦ୍ୟ ପାଇଁ ସବସିଡି ଦିଆଯିବ । ଓମ୍‌ଫେଡ ଗୁଡ଼ିକର ପୁନର୍ଗଠନ କରାଯିବ । ପ୍ରତି ଗାଁରେ ଗୋପାଳନ କ୍ଷେତ୍ରରେ ସବସିଡି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ଗାଁ ଗହଳିରେ ଓମ୍‌ଫେଡ ଚାହିଦା ବଢୁଛି ତେଣୁ ପ୍ରତି ଗାଁରେ ଏହି ଓମ୍‌ଫେଡ ଷ୍ଟଲ୍ ଖୋଲିବାକୁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+