ବଡ ଘୋଷଣା କଲେ ମନ୍ତ୍ରୀ; ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ୍ କାର୍ଡ
ଯୋଗାଣ ମନ୍ତ୍ରୀ ଦେଲେ ବଡ ସୂଚନା। ନଭେମ୍ବରରୁ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ସେ କହିଛନ୍ତି,୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରି କାର୍ଡ ଦିଆଯିବ। ଇ-କେୱାଇସି ପ୍ରକ୍ରିୟା ଶେଷ ହେଲେ ଅଯୋଗ୍ୟ ହିତାଧିକାରୀମାନେଙ୍କ ସଂପର୍କରେ ସମସ୍ତ ତଥ୍ୟ ଜଣାପଡ଼ିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ରାଜ୍ୟରେ ସରକାର ବଦଳିବା ପରେ ନୂଆ ସରକାର ପ୍ରକୃତ ହିତାଧିକାରୀଙ୍କ ସଂଖ୍ୟା କେତେ ତାହା ଜାଣିବାକୁ ଚାହୁଁଛନ୍ତି। ଏଥି ପାଇଁ ଗତ ସେପ୍ଟେମ୍ବର ମାସ ଠାରୁ ଇ-କେୱାଇସି କରୁଛନ୍ତି।
ଏବେବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ। ପ୍ରକ୍ରିୟା ଶେଷ ହେଲା ପରେ ରାଜ୍ୟରେ କେତେ ଜଣ ଲୋକ ରାସନକାର୍ଡରେ ସାମିଲ ହୋଇଛନ୍ତି, ଏହାର ତାଲିକା ପ୍ରସ୍ତୁତ ହେବ। ନଭେମ୍ବର ମାସରେ ହିତାଧିକାରୀମାନଙ୍କୁ ନୂଆ ରାସନକାର୍ଡ ମିଳିବ।












Click it and Unblock the Notifications