ବଡ ଘୋଷଣା କଲେ ମନ୍ତ୍ରୀ; ଆରଆଇ ଓ ଅମିନଙ୍କୁ ମିଳିବ ଲାପଟପ୍

ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଧାନ କିଣାବିକା, ଇନପୁଟ ସବସିଡି ପ୍ରଦାନ ଓ ରାଜସ୍ବ ବିଭାଗ ବିଭିନ୍ନ ସେବାର ଅଗ୍ରଗତି ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଚାଷୀମାନେ କେମିତି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେନେଇ ସମୀକ୍ଷା ହୋଇଥିଲା । ଏହାସହ କେମିତି ଇନପୁଟ୍ ସବସିଡି ଠିକ୍‌ରେ ପାଇ ପାରିବେ ସେନେଇ ମଧ୍ୟ ସମୀକ୍ଷା ହୋଇଛି ।

Suresh Pujari

ଏହା ବାଦ୍ ରାଜସ୍ବ ବିଭାଗର ସେବା କେମିତି ଜନସାଧାରଣ ଭଲ ଭାବରେ ପାଇବେ ଓ ଭୂମିହୀନ ଜମି ପାଇବେ ସେନେଇ ସମୀକ୍ଷା ହୋଇଛି । ତେବେ ଓଡିଶାରେ ବସୁନ୍ଧରା ଯୋଜନାରେ ପରିବର୍ତ୍ତନ ହେବା ନେଇ ମନ୍ତ୍ରୀ କହିଛନ୍ତି । ଆଉ ଆଗକୁ ବସୁନ୍ଧରା ଯୋଜନାରେ ପାଇଥିବା ଜମି ବିକ୍ରି ହୋଇ ପାରିବନି । ରାଜସ୍ବ ଆଇନ ଓ ରାଜସ୍ବ ସେବାରେ ହେବ ପରିବର୍ତ୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେପଟେ ୪ ଡେସିମିଲରୁ କମ୍ ଜମି ଥିବା ଲୋକେ ଭୂମିହୀନରେ ଗଣତି ହେବେ । ୪ ଡେସିମିଲ ହେବା ଯାଏଁ ଜମି ପ୍ରଦାନ କରାଯିବ । ରାଜସ୍ବ ବିଭାଗ ଦ୍ବାରା ଆରଆଇ ଓ ଅମିନଙ୍କୁ ଦିଆଯିବ ଲାପଟପ୍ । ବିଭାଗ ଆଧୁନିକିକରଣ ଉପରେ ଦିଆଯାଉଛି ଗୁରୁତ୍ବ । ରିଲିଫ୍ ଶବ୍ଦ ଉଚ୍ଛେଦ ହେବା ନେଇ ମଧ୍ଯ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରରେ ସମୀକ୍ଷା ପରେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+