ବଡ ସୂଚନା ଦେଲେ ମନ୍ତ୍ରୀ, ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର
ବଡ ସୂଚନା ଦେଲେ ମନ୍ତ୍ରୀ । ଆଉ ରହିବନି ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ । ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯିବ ନେଇ ସୂଚନା ଦେଲେ ମନ୍ତ୍ରୀ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସୂଚନା ଦେଇଛନ୍ତି । ଅତିରିକ୍ତ ଉତ୍ପାଦକୁ ଷ୍ଟୋର କରି ରଖିବା ପାଇଁ ଶୀତଳ ଭଣ୍ଡାର ଖୋଲିବୁ' । ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ, ସେଠି ମଣ୍ଡି ବ୍ୟବସ୍ଥା ଆରମ୍ଭ ହେବ' । ଚାଷୀଙ୍କ ପ୍ରଡକ୍ଟ ନଷ୍ଟ ହେବ ନାହିଁ, ସଠିକ୍ ରେଟ୍ ପାଇବେ'
କଟ୍ନୀ ଛଟ୍ନୀ ବନ୍ଦ କରିବାରେ ସଫଳ ହୋଇଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ ଏବଂ ସେଠାକୁ ଚାଷୀ କିଭଳି ଆଣି ନିଜ ଶସ୍ୟ ବିକିବେ ତାହାର ବ୍ୟବସ୍ଥା କରାଯିବା ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଉଛି। ଗୋଟିଏ ଗୋଟିଏ ପାଦ ଆଗକୁ ବଢ଼ାଉଛୁ। ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ। ଚାଷୀଙ୍କର ଉତ୍ପାଦ ନଷ୍ଟ ହେବ ନାହିଁ , ସଠିକ୍ ଦାମ ପାଇବେ ସେ ନେଇ ବ୍ୟବସ୍ଥା ଚାଲିଛି। ତୁରନ୍ତ ପଦକ୍ଷେପ ନିଆଯିବ।












Click it and Unblock the Notifications