ବଡ ସୂଚନା ଦେଲେ ମନ୍ତ୍ରୀ ; ଧାନ ବିକ୍ରି କରିବାର ୪୮ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଯିବ ଟଙ୍କା

ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ଦଲାଲଙ୍କ କବଳରୁ ମୁକ୍ତ ରଖିବା ସହ କଟନୀ-ଛଟନୀରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଚାଷୀଙ୍କୁ ଧାନ ବିକ୍ରି କରିବାର ୪୮ଘଣ୍ଟା ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ହିସାବରେ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି ।

ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାର ଉଚ୍ଚସ୍ତରୀୟ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ବଳ ବିଭାଗୀୟ ଅଧିକାରୀମାନଙ୍କୁ ଦଲାଲ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ରାଜ୍ୟ ସରକାର ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିବେ, ତେଣୁ ୪୮ଘଣ୍ଟା ମଧ୍ୟରେ ଯେଭଳି ଭାବେ ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ ତା'ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

paddy

ଧାନ ସଂଗ୍ରହ ପୂର୍ବରୁ ଏଫଏକ୍ୟୁ ମାନ ପରୀକ୍ଷା କରାଯିବ । ନିୟନ୍ତ୍ରିତ ବଜାର କମିଟି(ଆରଏମସି) ଧାନର ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ଓ ମେସିନ୍ ଯୋଗାଇ ଦେବ । ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍ ମଣ୍ଡିରେ ଅଟୋମେଟିକ୍ ଗ୍ରେନ୍ ଆନାଲାଇଜର ବ୍ୟବସ୍ଥା କରାଯାଇଥିବାବେଳେ ଛୋଟମଣ୍ଡିରେ ମାନୁଆଲ ଧାନ ପରୀକ୍ଷଣ ଯନ୍ତ୍ର ବ୍ୟବସ୍ଥା କରାଯିବ । ଧାନର ପରୀକ୍ଷାନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନସଂଗ୍ରହ କେନ୍ଦ୍ରରେ କ୍ୱାଲିଟି ଆନାଲିଷ୍ଟ ଓ କ୍ୱାଲିଟି ସୁପରଭାଇଜର ନିୟୋଜିତ ହେବେ । ଏଥିପାଇଁ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ଆବଶ୍ୟକୀୟ ସହଯୋଗ କରିବ । ୯୭୩ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ବିଶ୍ରାମଗୃହ, ଶୌଚାଳୟ ସୁବିଧା, ଧାନ ଶୁଖାଇବା ପାଇଁ କଂକ୍ରିଟ୍ ଖଳା, ବର୍ଷାରୁ ସୁରକ୍ଷା ଦେବା ପାଇଁ ଛାତଯୁକ୍ତ ଉଚ୍ଚ ପିଣ୍ଡି, ପାଚେରୀ ଆଦି ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗର ଯନ୍ତ୍ରୀମାନଙ୍କୁ କୁହାଯାଇଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଶେଷ ହେବ । ଆରଏମସି ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦେବ । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ମଧ୍ୟ ଏହି ରାଶି ପ୍ରଦାନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+