ମନ୍ତ୍ରୀ ଦେଲେ ବଡ ସୂଚନା; ମଣ୍ଡିରୁ ଧାନ କିଣିପାରିବେନି ମିଲର

ଚଳିତ ଥର ମିଲରମାନେ ମଣ୍ଡିରୁ ଧାନ କିଣିପାରିବେନି। କେନ୍ଦ୍ରୀୟ ସଂସ୍ଥା କିମ୍ବା ସମବାୟ ସଂସ୍ଥା ମଣ୍ଡିରୁ ଧାନ କିଣିବେ। ଧାନ କ୍ରୟ ବ୍ୟବସ୍ଥାକୁ ସ୍ବଚ୍ଛ କରିବା ପାଇଁ ଏଥର ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।

Miller

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପ୍ରତି ମଣ୍ଡି ଦାୟିତ୍ୱରେ ଜଣେ ଜଣେ ଅଫିସର ରହିବେ। ୪/୫ଟି ମଣ୍ଡି ଦାୟିତ୍ୱରେ ଜଣେ ଜଣେ ସୁପରଭାଇଜର ରହିବେ।
ଜିଲା ଦାୟିତ୍ୱରେ ଜିଲାପାଳ ଏବଂ ଜଣେ ମନ୍ତ୍ରୀ ୨ଟି ଜିଲା ଦାୟିତ୍ୱ ନେବେ। ଏଥିସହ ମିଲରମାନଙ୍କୁ ଟାର୍ଗେଟ ଦିଆଯିବ। ସେମାନେ କେବଳ ମିଲିଂ କରିବେ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେବେ। ଧାନକିଣା ବେଳେ ପଡ଼ୋଶୀ ରାଜ୍ୟକୁ ଲାଗିଥିବା ରାସ୍ତାଗୁଡ଼ିକୁ ସିଲ୍‌ କରାଯିବ।

ମନ୍ତ୍ରୀମାନେ ଜିଲା ଦାୟିତ୍ୱରେ ରହିବେ। କଟନୀଛଟନୀ ବନ୍ଦ କରିବାକୁ ଧାନର ମାନ ଥରେ ମାତ୍ର ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଟୋକନ୍‌ ସମୟସୀମା ଜିଲାପାଳମାନେ ଚାହିଁଲେ ବଢ଼ାଇ ପାରିବେ। ସେଥିପାଇଁ ଜିଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ। ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବେ ନାହିଁ। ମଣ୍ଡିଗୁଡ଼ିକର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ୫୫୦ କୋଟି ଖର୍ଚ୍ଚ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+