ପୂର୍ବ ସରକାରଙ୍କ ଶାସନ ସମୟରେ ପ୍ରକଳ୍ପ ନକରି ୧୩ଟି ଗୃହତ୍ କମ୍ପାନୀ ଓହରି ଯାଇଛନ୍ତି ; ମନ୍ତ୍ରୀ
ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶାରେ ପ୍ରକଳ୍ପ ନ କରି ୧୩ଟି ବୃହତ୍ ଶିଳ୍ପ କମ୍ପାନି ଓହରି ଯାଇଛନ୍ତି। ଏହି କମ୍ପାନିଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ । ଶୁକ୍ରବାର ବିଧାନସଭାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏଭଳି ସୂଚନା ପ୍ରଦାନ କରିଛନ୍ତି।

ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ୧୩ଟି କମ୍ପାନି ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ଓହରି ଯାଇଥିଲେ।
ସେସବୁ କମ୍ପାନି ମଧ୍ୟରେ ଆର୍ସେଲର ମିତ୍ତଲ ଇଣ୍ଡିଆ, ପୋସ୍କୋ, ମହାରାଷ୍ଟ୍ର ସିମଲେସ୍ , ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଅନୁଗୁଳ ଏନର୍ଜି(ଭୂଷଣ ଏନର୍ଜି),ଜେଆର ପାୱାରଗ୍ରେନ୍, ଟାଟା ପାୱାର କମ୍ପାନି, ଆରତୀ ଷ୍ଟିଲ, ସିଇଏସସି ଲିଃ, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, କଳିଙ୍ଗ ଏନର୍ଜି ଆଣ୍ଡ ପାୱାର, ବିଜିଆର ଏନର୍ଜି ସିଷ୍ଟମ ଓ ଆରଏସବି ମେଟାଲିକ୍ସ ରହିଛନ୍ତି।












Click it and Unblock the Notifications