ମନ୍ତ୍ରୀ ଦେଲେ ବଡ ସୂଚନା; ଅକ୍ଟୋବର ୫ ସୁଦ୍ଧା ସରିବ ସବୁ କାମ, ଅଧିକାରୀଙ୍କୁ ଦେଲେ ଏମିତି ନିର୍ଦ୍ଦେଶ

ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ୱୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।

minister

ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୂର୍ବରୁ କେବେ ଭୁବନେଶ୍ଵର-କଟକ ରାସ୍ତା ମରାମତି ନେଇ ସମନ୍ଵୟ ବୈଠକ ବସି ନଥିଲା। ଆମ ସରକାର ଆସିବା ପରେ ଆଜି ପ୍ରଥମ ଥର ସମନ୍ଵୟ ବୈଠକ ବସିଛି। ଆଗକୁ ଏ ଧାରା ଜାରି ରହିବ ଓ ରାସ୍ତା ଘାଟ ସ୍ଥିତି ନେଇ ସମୀକ୍ଷା କରାଯିବ। ପାର୍ବଣ ପରେ ଟ୍ରାଫିକ୍‌ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବୈଠକ ବସିବ। କଟକ-ଭୁବନେଶ୍ଵରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦୂର ପାଇଁ ନୂଆ ରାସ୍ତା ତିଆରି ଉପରେ ଆଲୋଚନା ହେବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି।

ବୈଠକରେ ଯୋଗଦେଇଥିବା ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ କହିଛନ୍ତି, ଆମେ ଗଣେଶ ପୂଜା ବୁଲିବା ବେଳେ ଅନେକ ରାସ୍ତା ଘାଟ ସମସ୍ୟା ଦେଖିଛୁ। ସେ ସବୁର ତାଲିକା କଟମ ମହାନଗର ନିଗମ(CMC)କୁ ଦେଇଛୁ। ନିର୍ଦ୍ଧାରିତ ସମୟ ଭିତରେ ରାସ୍ତା ଓ ଡ୍ରେନ୍‌ କାମ ସାରିବାକୁ ଦାବି କରିଛୁ ବୋଲି ସୋଫିଆ କହିଛନ୍ତି।

ସେପଟେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ରାସ୍ତା ଓ ଡ୍ରେନ୍‌ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି। ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଭଳି ସମନ୍ଵୟ ରହିବ, ସେ ନେଇ ଗୁରୁତ୍ଵ ଦିଅଯାଉ। ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରନ୍ତୁ। ନଚେତ୍ ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତା ଠୁ ତଳେ ରହିଲେଣି। ଯେଉଁଥିପାଇଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ବୋଲି ଶ୍ରୀ ଜେନା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+