ମନ୍ତ୍ରୀ ଦେଲେ ବଡ ସୂଚନା; ମାର୍ଚ୍ଚ ୩୧ ଯାଏଁ ଚାଲିବ ଆବାସ ପଞ୍ଜିକରଣ
ଆବାସ ଯୋଜନାରେ ପଞ୍ଜିକରଣକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଦେଲେ ବଡ ସୂଚନା । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆବାସ ଯୋଜନାରେ ପଞ୍ଜିକରଣ ଚାଲିବ ।

ସେପଟେ ପୂର୍ବରୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ପୂର୍ବ ସରକାରକୁ ଘେରିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ । ଗତ ସରକାରରେ ଆବାସ ବଣ୍ଟନରେ ପାତର ଅନ୍ତର ହେଉଥିଲା । ଲୋକଙ୍କ ନାଁ ପଞ୍ଜୀକରଣ ହେଉଥିଲା କିନ୍ତୁ ଲୋକେ ଘର ପାଉନଥିଲେ ବୋଲି ମନ୍ତ୍ରୀ କହିଥିଲେ । ମୋହନ ମାଝୀଙ୍କ ସରକାର ନୂଆ ଯୋଜନା ଅନ୍ତୋଦୟ ଗୃହ ଯୋଜନା ଆଣିଛନ୍ତି । ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ପାଖାପାଖି ୬ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତାହା ଛଡା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ଗତ ୯ ତାରିଖରେ ମନ୍ତ୍ରୀ କହିଥିଲେ । ଆଜି ଗୃହରେ ଆବାସକୁ ନେଇ ଦେଇଥିବା ତଥ୍ୟ ଆସିବା ପରେ ଏବେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଆଶା ରହିଛି ।












Click it and Unblock the Notifications