ବଡ ସୂଚନା ଦେଲେ ମନ୍ତ୍ରୀ;କହିଲେ ୨୫୦ଟି ରିଲିଫ ସେଣ୍ଟରର ବ୍ୟବସ୍ଥା କରାଯାଇଛି

ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜିଲା ପ୍ରଶାସନ ସହ ଯୋଗାଯୋଗରେ ଅଛୁ। ୨୫୦ଟି ରିଲିଫ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ସବୁ ରିଲିଫ ସେଣ୍ଟରରେ ମହିଳା ପୋଲିସ ରହିବେ।

Cyclone Dana

ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି। ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି। ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ୨୩ ରାତି ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ଓଡ୍ରାଫ, NDRF ମୁତୟନ ହୋଇଛନ୍ତି। ରେଡ ଆଲର୍ଟ ଜିଲାରେ ଅଧିକ NDRF ଓ ଓଡ୍ରାଫ ଟିମ ରହିବେ। ଆବଶ୍ୟକ ସ୍ଥଳେ ହେଲିକପ୍ଟରର ବ୍ୟବହାର କରାଯିବ। ଆଲୋଚନା କରାଯାଇଛି, ଆଉ ଅଧିକ NDRF ଟିମ ଆସି ପହଞ୍ଚିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+