ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ; ୫ ବର୍ଷରେ ରାଜ୍ୟରେ ଉଦ୍ଧାର ହୋଇଛନ୍ତି ୨୮୩ ଶିଶୁ ଶ୍ରମିକ

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । କଡା ଆଇନ୍ ଓ ସଚେତନତା ସତ୍ତ୍ୱେ ରାଜ୍ୟରେ କମୁନି ଶିଶୁ ଶ୍ରମିକ ପ୍ରଥା । ବିଧାନସଭାରେ ମନ୍ତ୍ରୀ ରଖିଥିବା ଲିଖିତ ଉତ୍ତର ହିଁ ଏହା ବୟାନ କରୁଛି । ଗତ ୫ ବର୍ଷ ଭିତରେ ରାଜ୍ୟରୁ ପ୍ରାୟ ୨୮୩ ଜଣ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ସମ୍ପର୍କରେ ଗୃହରେ ପ୍ରଶ୍ନ କରିଥିଲେ ।

child laborers

ସେ କହିଥିଲେ ଯେ, ରାଜ୍ୟରେ ଗତ ୫ ବର୍ଷ ଭିତରେ କେତେ ସଂଖ୍ୟକ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି? ଆଉ ଶିଶୁ ଶ୍ରମିକ ପ୍ରଥା ବନ୍ଦ କରିବା ପାଇଁ ବିଭାଗ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି? ଯାହାର ଉତ୍ତର ରଖିଥିଲେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

ମନ୍ତ୍ରୀ ତଥ୍ୟ ରଖି କହିଥିଲେ ଯେ, ଗତ ୫ ବର୍ଷ ଭିତରେ ରାଜ୍ୟରୁ ମୋଟ ୨୮୩ ଜଣ ଶିଶୁ ଶ୍ରମିକ ଉଦ୍ଧାର ହେଇଛନ୍ତି । ତେବେ ଶିଶୁ ଶ୍ରମିକ ଉଚ୍ଛେଦ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ୯ଟି ବିଭାଗ ସମନ୍ୱୟରେ ଏ ରାଜ୍ୟ ଖସଡା କାର୍ୟ୍ୟକାରୀ କରାଯାଇଛି । ଏହାସହ ଶିଶୁ ଓ କିଶୋର ଶ୍ରମ ଆଇନ୍ ୧୯୮୬କୁ କଠୋର ଭାବରେ କାର୍ୟ୍ୟକାରୀ କରିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସ୍ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+