Get Updates
Get notified of breaking news, exclusive insights, and must-see stories!

ଆଜିଠାରୁ ବୃଦ୍ଧି ହୋଇପାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା, ପାଣିପାଗ ବିଭାଗ ପକ୍ଷରୁ ସୂଚନା

ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ ନୂଆବର୍ଷରେ ୧୨ଟି ଜିଲାକୁ ଶୀତ ଲହରି ଓ ଘନ କୁହୁଡି ପାଇଁ ୟେଲୋ ୱାର୍ନିିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟ ଉପରେ କୌଣସି ସକ୍ରିୟ ଜଳବାୟୁ ପ୍ରକ୍ରିୟା ନ ଥିବାରୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

minimum temperature i

ତେବେ ଆସନ୍ତା ୫ଦିନରେ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟର ୧୨ଟି ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୩ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଥିଲା। ଫୁଲବାଣୀରେ ୬ ଡିଗ୍ରୀ, ଝାରସୁଗୁଡା ୬.୨, ସେମିଳିଗୁଡା ଓ ଦାରିଙ୍ଗବାଡ଼ ୭, କୋରାପୁଟ ୭.୧, ରାଉରକେଲା ୮.୫, ନବରଙ୍ଗପୁର ଓ ସୁନ୍ଦରଗଡ଼ ୮.୮ ଏବଂ ଭବାନୀପାଟଣା ଓ ଅନୁଗୋଳରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆସନ୍ତା ୫ଦିନ ଅର୍ଥାତ୍‌ ଜାନୁଆରୀ ୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘନ କୁହୁଡ଼ି ଦେଖାଦେବ। ବୁଧବାର ଓ ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜରେ ଅତ୍ୟଧିକ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଶୁକ୍ରବାର ଓ ଶନିବାର ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାକୁ ଘନ କୁହୁଡ଼ି ପାଇଁ ଓ୍ବାର୍ନିଂ ଜାରି ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+