Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବାର ସ୍ମୁତି ଟିକିଏ ନିଆରା, ଏଠାରୁ ମୁଁ କଥା କହିବା ଶିଖିଛି;ରାଷ୍ଟ୍ରପତି

ସପ୍ତଦଶ ବିଧାନସଭାର ୫ମ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଗୁରୁବାର କହିଛନ୍ତି, ଅତୀତରେ ମୁଁ ଏହି ଗୃ‌ହରେ ବସିବାର ସୁଯୋଗ ପାଇଥିଲି। ଅନେକ ବର୍ଷ ପରେ ପୁଣି ଥରେ କହିବାର ସୁଯୋଗ ପାଇଛି। ଏଠାରେ ବିଧାୟକ ଭାବେ ପ୍ରଶ୍ନ ପଚାରିଛି। ମନ୍ତ୍ରୀ ଥିବା ବେଳେ ବିଧାୟକମାନଙ୍କର ପ୍ରଶ୍ନ ଉତ୍ତର ଦେଇଛି। ‌ଅନେକ ଲୋକଙ୍କର ସହିତ କାମ କରିବାର ସୁଯୋଗ ପାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଏଠାରେ ୨୦୦୦ ମସିହାରେ ଏକାଠି ବସିବାର ସୁଯୋଗ ପାଇଥିଲି। ଜୁଏଲ ଓରାମ ଏବଂ ପୂର୍ବତନ ବିଧାୟକଙ୍କ ସହିତ ଏକାଠି ହେବାର ସୁଯୋଗ ପାଇଛି।

ଅବିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇ ମହାମହିମ କହିଛନ୍ତି ଯେ ଜନଗଣ ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା ରହିଛି । ଶାସନ ଜନଗଚ୍ଚ ହାତରେ, ଆପଣ ସେମାନଙ୍କ ପ୍ରତିନିଧି । କେତେ ଆଶା ବିଶ୍ୱାସ ନେଇ ସେମାନେ ଆପଣଙ୍କୁ ପଠାଇଛନ୍ତି । ସେମାନଙ୍କର ଆଶା, ସ୍ୱପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ । ସେମାନଙ୍କର ଆଶା, ସ୍ୱପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ । ଆପଣ ଏପରି କାର୍ଯ୍ୟ କରିବେ ଯାହା ଲୋକଙ୍କ ହିତ ପାଇଁ ଆସିବ ।

President

ଜନ ପ୍ରତିନିଧି ଭାବେ ଆପଣ ସମାଜରେ ଚିହ୍ନା ମୁହଁ । ଆପଣ କଣ କରୁଛନ୍ତି, କହୁଛନ୍ତି ଜାଣିବାକୁ ଉତ୍ସୁକତା ଥାଏ । ତେଣୁ ଆପଣଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ମୂଲ୍ୟବାନ । ଆପଣ ଯାହା କରିବେ, ଜନତା ତାହାକୁ ଫଲୋ କରିବେ । ଗୃହରେ ଆପଣ କଣ କରୁଛନ୍ତି, ତାହା ସମସ୍ତେ ଜାଣି ପାରୁଛନ୍ତି । ଗୃହରେ ଓ ଗୃହ ବାହାରେ ଆପଣଙ୍କ ଆଚରଣ ଠିକ୍ ରହିବା ଦରକାର ।

ଗୃହରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ତାଙ୍କର ସଂଘର୍ଷମୟ ଜୀବନ ଓ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, "ସର୍ବୋଚ୍ଚ ଆସନରେ ବସି ମଧ୍ୟ ଆପଣ ନିଜ ଜନ୍ମଭୂମି ଓ କର୍ମଭୂମିକୁ ଭୁଲି ନାହାନ୍ତି।" ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟଧାରାକୁ 'ଅନନ୍ୟ' ବୋଲି ବର୍ଣ୍ଣନା କରି କହିଥିଲେ ଯେ ତାଙ୍କର ବିଧାୟିକା, ମନ୍ତ୍ରୀ, ରାଜ୍ୟପାଳ, ଏବଂ ରାଷ୍ଟ୍ରପତି ଭାବେ କାର୍ଯ୍ୟ ଅତୁଳନୀୟ।

ମୁଖ୍ୟମନ୍ତ୍ରୀ ନିଜ ସରକାରଙ୍କ କାର୍ଯ୍ୟଧାରା ବିଷୟରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ ଏବଂ ଆଶା ପ୍ରକାଶ କରିଥିଲେ ଯେ, "ଆପଣଙ୍କ ପରାମର୍ଶ ୨୦୩୬ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ।"

ବାଚସ୍ପତି ଏହି ମୁହୂର୍ତ୍ତକୁ ବିଧାନସଭା ପାଇଁ 'ଐତିହାସିକ' ବୋଲି ବର୍ଣ୍ଣନା କରିବା ସହ ରାଷ୍ଟ୍ରପତିଙ୍କ ପୂର୍ବ ରାଜନୈତିକ କ୍ୟାରିୟର, ଯେଉଁଥିରେ ସେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ, ତାହାକୁ ସ୍ମରଣ କରିଥିଲେ। ସେହିପରି ବିରୋଧୀଦଳ ନେତା କହିଥିଲେ, "ଓଡ଼ିଆ ଝିଅ ଭାବେ ସର୍ବୋଚ୍ଚ ଆସନରେ ବସିଥିବାରୁ ଆମ ପାଇଁ ଆଜି ଗର୍ବର ବିଷୟ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+