ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର ; ଅତି ଖରାପ ଧନ ସଂଗ୍ରହ କରାଯିବ ନାହିଁ, ମନ୍ତ୍ରୀ

ଭିତରେ ଧାନ ସଂଗ୍ରହକୁ ନେଇ ନେଇ ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କହିଛନ୍ତି, ଧାନ ସଂଗ୍ରହ ଠିକ୍ ଚାଲିଛି । କାଁ ଭାଁ କେଉଁଠି ସମସ୍ୟା ହେଉଛି । କିଛି ନେତା ଲୋକଙ୍କୁ ଜାଣିଶୁଣି ଉସୁକାଉଛନ୍ତି । ଭଲ ଧାନ ଆଣିଲେ ୨୪ ଘଣ୍ଟା ନୁହେଁ, ୧୨ ଘଣ୍ଟା ଭିତରେ ଟଙ୍କା ଦିଆଯିବ ।

Krishna Patra

କିନ୍ତୁ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବା ଦରକାର । ଧାନ ଅତି ଖରାପ ହୋଇଥିଲେ ସଂଗ୍ରହ କରାଯିବ ନାହିଁ । ଏହି ଖରାପ ଧାନ ମାକେର୍ଟରେ ଚାଲିବ ନାହିଁ । ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନ କ୍ଷେତ୍ରରେ ସରକାର କ୍ଷତିପୂରଣ ଦେଉଛନ୍ତି । ଟଙ୍କା ଦିଆଯିବା ପରେ କ୍ଷତିଗ୍ରସ୍ତ ଚାଉଳକୁ ସରକାର କେମିତି ନେବେ ବୋଲି ପ୍ରଶ୍ନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୩ ଲକ୍ଷ ମେଟ୍ରିକ ଧାନ କିଣା ସରିଛି । କମ ଦାମରେ ଧାନ କିଣି ଗଛିତ ରଖିଲେ ଚଢ଼ାଉ କରାଯିବ । ଯେଉଁଠି କଳା ବଜାରୀ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+