ଆଜି ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିବ ରତ୍ନଭଣ୍ଡାର ପରିଚାଳନା କମିଟି ବୈଠକ, ଆସିପାରେ ବଡ ଖବର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବୁଧବାର ବସିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ।

Ratnabhandar

ଏଥିରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗାମୀ ୧୪ ତାରିଖ ଭଣ୍ଡାର ଘର ଖୋଲିବା ପାଇଁ ନେଇଥିବା ନିଷ୍ପତି ଉପରେ ଆଲୋଚନା କରାଯିବ । ପହଣ୍ଡି ଅଘଟଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।

ଏହା ସହ ଭଣ୍ଡାରର ମରାମତି, ରତ୍ନ ଅଳଙ୍କାର ଗଣତି ଓ ମଣତି ନେଇ କମିଟି କରିଥିବା ଏସ୍‌ଓପି ଉପରେ ମଧ୍ୟ ଆଲୋଚନା ହେବ। ପରିଚାଳନା କମିଟି ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରିବା ସହ ଯାହା ନିଷ୍ପତି ନିଆଯିବ ତାହା ରାଜ୍ୟ ସରକାରଙ୍କୁ ଜଣାଇବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+