ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ
ମହାଶିବରାତ୍ରି ପାଇଁ ସବୁଠି ଭକ୍ତିମୟ ପରିବେଶ । ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ । ରାତି ସାଢେ ୧୦ଟା ସମୟ ଥିବା ବେଳେ ରାତି ୮ଟା ୩୮ ମିନିଟରେ ମହାଦୀପ ଉଠିଛି । ହଜାର ହଜାର ଭକ୍ତଙ୍କ ଲିଙ୍ଗରାଜ ମନ୍ଦିରରେ ଦୀପ ଜାଳି ବ୍ରତ ପାଳନ କରିଛନ୍ତି । ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ଭିଡ଼ ଦେଖିବାକୁ ମିଳିଛି । ମହାଶିବରାତ୍ରି ଦିନ ସକାଳୁ ମୁହାଁମୁହିଁ ହୋଇଥିଲେ ସେବାୟତ ଓ ପୁଲିସ । ସେବାୟତଙ୍କ ପରିବାର ଲୋକଙ୍କୁ ଅଟକାଇବାକୁ ନେଇ ଉତ୍ତେଜନାଜନାମୂଳକ ପରିସ୍ଥିତି ଉପୁଜିଥିଲା । ପୁଲିସ ଓ ସେବାୟତ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏପରିକି ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବିଳମ୍ବ ହୋଇଥିଲା ।

ହେଲେ ଶେଷରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି । ସେପଟେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଠେଲାପେଲା । ହଠାତ ଭକ୍ତ ମାନେ ଦର୍ଶନ କରିବା ପାଇଁ ଭିତରକୁ ପଶିବାରୁ ଠେଲାପେଲା ହୋଇଛି । ଭକ୍ତଙ୍କୁ ସେବାୟତ ଅଟକେଇବାରୁ ପ୍ରବଳ ଠେଲା ପେଲା ହୋଇଥିଲା । ପୁଲିସ ଆସି ହସ୍ତକ୍ଷେପ କରିଥିଲା । ସେହି ସମୟରେ କିଛି ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ପରବର୍ତୀ ସମୟରେ ସେବାୟତ ଓ ପୋଲିସ ମାନଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । କାହିଁକି ଲୋକଙ୍କୁ ଭିତରକୁ ଛାଡ଼ିଲେ ତାକୁ ନେଇ ପୋଲିସ ସହ ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା ।
ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଠେଲାପେଲା । ହଠାତ ଭକ୍ତ ମାନେ ଦର୍ଶନ କରିବା ପାଇଁ ଭିତରକୁ ପଶିବାରୁ ଠେଲାପେଲା ହୋଇଛି । ଭକ୍ତଙ୍କୁ ସେବାୟତ ଅଟକେଇବାରୁ ପ୍ରବଳ ଠେଲା ପେଲା ହୋଇଥିଲା । ପୋଲିସ ଆସି ହସ୍ତକ୍ଷେପ କରିଥିଲା । ସେହି ସମୟରେ କିଛି ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ପରବର୍ତୀ ସମୟରେ ସେବାୟତ ଓ ପୋଲିସ ମାନଙ୍କ ଭିତରେ ମୁହାଁ ମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା । କାହିଁକି ଲୋକଙ୍କୁ ଭିତରକୁ ଛାଡ଼ିଲେ ତାକୁ ନେଇ ପୋଲିସ ସହ ସେବାୟତଙ୍କ ଯୁକ୍ତିତର୍କ ହୋଇଥିଲା । ବହୁ ପ୍ରତିକ୍ଷାର ଅନ୍ତଘଟିଛି । ରାତ୍ର ଗୋଟାଏରେ ବାବା ଧବଳେଶ୍ଵରଙ୍କ ପାଖରେ ଉଠିଲା ମହାଦୀପ ।












Click it and Unblock the Notifications