ବଜ୍ରପାତରେ ଗଲା ଦୁଇ ଚାଷୀଙ୍କ ଜୀବନ
ପୁଣି ବଜ୍ରାଘାତ ନେଲା ଦୁଇ ଜୀବନ । ଚାଷ ଜମିରେ କାମ କରୁଥିବା ସମୟରେ ଚାଲିଗଲା ଦୁଇ ଜଣ ଚାଷୀଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଡୁମାପଡା ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା ।

ମୃତକମାନେ ହେଲେ ୫୫ ବର୍ଷିୟ ଗୋବିନ୍ଦ ମହାନ୍ତ ଓ ୩୦ ବର୍ଷିୟ ଶିବ ହାଁସଦା । ଉଭୟ ଭାଗ ଚାଷୀ ଅଟନ୍ତି । ତେଣୁ ଆଜି ଜମିରେ ଚାଷ କାମ କରୁଥିବା ସମୟରେ ବଜ୍ରପାତ ଯୋଗୁ ଚାଲିଯାଇଛି ଦୁଇ ଜଣଙ୍କ ଜୀବନ ।
ସୂଚନା ଅନୁଯାଇ ଉଭୟ ଗୋବିନ୍ଦ ଏବଂ ଶିବ ଡ଼ୁମାପଦା ଗ୍ରାମର ଉମେଶଚନ୍ଦ୍ର ମହାନ୍ତଙ୍କ ବିଲକୁ ଭାଗ ସୂତ୍ରରେ ନେଇ ଚାଷ କରୁଥିଲେl ମଙ୍ଗଳବାର ଚାଷକାମ ପାଇଁ କ୍ଷେତକୁ ଉଭୟ ଯାଇଥିଲେl ସେମାନେ ବିଲରେ ଚାଷକାମ କରୁଥିବା ବେଳେ ହଠାତ ବର୍ଷା ସହ ବଜ୍ରପାତ ହୋଇଥିଲା। ଉଭୟ ବଜ୍ରପାତର ଶିକାର ହୋଇ ସେହିଠାରେ ହିଁ ଟଳି ପଡ଼ିଥିଲେl ସେଠାରେ ଉପସ୍ଥିତ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl












Click it and Unblock the Notifications