ପୋଖରୀରେ ବୁଡି ଭାଇ ଭଉଣୀ ମୃତ
ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀ ମୃତ। ଯାଜପୁର ଜିଲ୍ଲା ଦଶରଥପୁର ମଙ୍ଗଳପୁର କୂଳସାହି ଗାଁରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଘର ପାଖ ପୋଖରୀ ନିକଟରେ ଖେଳୁଥିବା ବେଳେ ଭାଇ ଭଉଣୀ ବୁଡ଼ି ଯାଇଛନ୍ତି । ପରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ମୃତ ଭାଇର ବୟସ ୩ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୨ ବର୍ଷ ବୋଲି ସୂଚନା ମିଳିଛି।

ମୃତ ଶିଶୁ ପୁତ୍ରର ନାଁ କାହ୍ନା ଜେନା। ତାଙ୍କ ବାପାଙ୍କ ନାଁ ମାନସ ଜେନା। ସେହିପରି ମୃତ ଶିଶୁ କନ୍ୟାର ନାଁ ରୂପା ଜେନା। ସେ ମାନସ ଜେନାଙ୍କ ସାନ ଭାଇ ମିଥୁନ ଜେନାଙ୍କ ଝିଅ । ଛୁଆ ଦୁଇଟି ନମିଳିବାରୁ ଖୋଜାଖୋଜି କଲା ପରେ ପୋଖରୀରୁ ମିଳିଥିଲେ। ଏହି ଘଟଣା ଘଟିବା ବେଳେ ଘରେ କେହି ପୁରୁଷ ଲୋକ ନଥିଲେ ।












Click it and Unblock the Notifications