ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଟ୍ରିଫିକ ପୋଲିସଙ୍କ ଜୀବନ
ରାଜଧାନୀ ଭୁବନେଶ୍ୱରରେ ଅଜଣା ଗାଡ଼ି ଧକ୍କାରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମଧୁସୂଦନ କିର୍ସାନୀ। ତାଙ୍କ ଘର ମାଲକାନଗିରିରେ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ମଧୁସୂଦନ ଡ୍ୟୁଟି ସାରି ବାଇକ ଯୋଗେ ଖଣ୍ଡଗିରି ସ୍ଥିତ ତାଙ୍କ ଘରକୁ ଫେରୁଥିବା ବେଳେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। କୌଣସି ଗାଡ଼ି ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ତାଙ୍କ ମୁଣ୍ଡଟି ପୂରା ନଷ୍ଟ ହୋଇଯାଇଥିଲା।
ଖବର ପାଇ ପିସିଆର ଭ୍ୟାନ୍ ସେଠାରେ ପହଞ୍ଚିଥିଲା। ନୟାପଲ୍ଲୀ ଥାନା ପୁଲିସ୍ ସହିତ ଖୋଦ ଭୁବନେଶ୍ୱର ଡିସିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ମଧୁସୂଦନଙ୍କ ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲ ପଠାଯାଇଥିଲା। ସିସିଟିଭି ଆଧାରରେ ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଖୋଜୁଛି।












Click it and Unblock the Notifications