ମୁହଁ ଖୋଲିଲେ ଆଇନ ମନ୍ତ୍ରୀ; କହିଲେ ଦୋଷୀ ସାବ୍ୟସ୍ତ ହେଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ
ବ୍ରିଜ ଆଣ୍ଡ ରୁଫ କଂପାନୀ ଜିଜିଏମ୍ଙ୍କ ସହ ଟଙ୍କା କାରବାର ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ । ୧୦ ତାରିଖରେ ସମନ ଜାରି ହୋଇଥିବାବେଳେ ୧୧ରେ ହାଜର କରିବାକୁ କୁହାଯାଇଥିଲା । ୟା ଭିତରେ ବିଷ୍ଣୁପଦଙ୍କ ୩ ଜଣ ଡ୍ରାଇଭରଙ୍କୁ ସିବିଆଇ ଜେରା କରିସାରିଛି । ଏବେ ସୁଦ୍ଧା କାହିଁକି ବିଷ୍ଣୁପଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ବିଭିନ୍ନ ମହଲରେ ଉଠିଲାଣି ପ୍ରଶ୍ନ ।

ଏସବୁ ଭିତରେ ମଙ୍ଗଳବାର ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ସିବିଆଇ ତଦନ୍ତ କରୁଛି । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆମେ ପ୍ରଥମରୁ କହିଛୁ ଦୁର୍ନୀତି ପାଇଁ ଜିରୋ ଟଲରାନ୍ସ ନୀତି ଅବଲମ୍ବନ କରିବେ ସରକାର । ଯିଏ ବି ଦୋଷୀ ହୁଅନ୍ତୁ ନା କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।
ସେପଟେ ମଙ୍ଗଳବାର ସିବିଆଇରେ ହାଜର ହୋଇଛନ୍ତି ବ୍ରିଜ ଆଣ୍ଡ ରୁଫ୍ ଇଣ୍ଡିଆ ଲିମିଟେଡର ୩ କର୍ମଚାରୀ ।କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନେଇ ସିବିଆଇ ପଚରାଉଚରା କରିଥିବା ସୂଚନା ମିଳିଛି । ବ୍ରିଜ ଆଣ୍ଡ ରୁଫ୍ ଇଣ୍ଡିଆ ଲିମିଟେଡର ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କ ଅଫିସରୁ ଜବତ ହୋଇଥିଲା ଦସ୍ତାବିଜ । ଦସ୍ତାବିଜରେ ଜବତ ବ୍ୟାଙ୍କ ଆକାଉଣ୍ଟ ଉପରେ ଚାଲିଛି ଖୋଳତାଡ ।












Click it and Unblock the Notifications