ମୁହଁ ଖୋଲିଲେ ଆଇନ ମନ୍ତ୍ରୀ; କହିଲେ ଦୁର୍ନୀତି କରିଥିଲେ ହେବ କାର୍ଯ୍ୟନୁଷ୍ଠାନ
ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ରହିଛି। ଯେତେବଡ଼ ଅଧିକାରୀ ହେଉ କି ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ହେବ ହିଁ ହେବ। ଯଦି ଲିଙ୍କ ବାହାରେ ନିଶ୍ଚିନ୍ତ ତଦନ୍ତ ହେବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।

ମର୍ସିଡିଜରୁ ଟଙ୍କା ଜବତ ଘଟଣାରେ ୩ ଅଭିଯୁକ୍ତଙ୍କ ବୟାନ ଆଧାରରେ ପ୍ରମୁଖ ସଚିବ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସମନ କରିଛି ସିବିଆଇ। ଇମେଲ ଯୋଗେ ସମନ ଜାରି କରିଛି ସିବିଆଇ।












Click it and Unblock the Notifications