ରତ୍ନ ଭଣ୍ଡାର ଚବିକୁ ନେଇ ବଡ ବୟାନ ଦେଲେ ଆଇନ ମନ୍ତ୍ରୀ, କହିଲେ ଦୋଷୀ ଉପରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଆକ୍ସନ ମୁଡ଼ରେ ଆଇନ ମନ୍ତ୍ରୀ। କହିଲେ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରତ୍ନଭଣ୍ଡାର ଚାବିକୁ ନେଇ ଆଇନ୍ ମନ୍ତ୍ରୀଙ୍କ ବଡ ବୟାନ । ରତ୍ନଭଣ୍ଡାର ଚାବି ହଜିବା ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବଡ ବୟାନ ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଚାବି ପ୍ରହେଳିକା ଗତ ସରକାର ବାବୁମାନେ କରିଥିଲେ ।

Prithviraj Harichandan

ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବାକୁ ଷଡଯନ୍ତ୍ର ହୋଇଥିଲା । କିନ୍ତୁ କିଏ ଦାୟୀ ତାହା ଏବେଯାଏଁ ଜଣାପଡିନାହିଁ । ଏବେ ଏହି ଷଡଯନ୍ତ୍ରର ଖୁଲାସା ହେବ ଏବଂ ଯେଉଁମାନେ ଚଞ୍ଚକତା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ସେପଟେ ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାରର ପ୍ରାଥମିକ ଯାଞ୍ଚ ସରିଛି । କେବଳ କାମ ଆରମ୍ଭ ପ୍ରକ୍ରିୟା ବାକି ଅଛି । ପ୍ରଥମେ ବାହାର ରତ୍ନଭଣ୍ଡାରର କାମ ଆରମ୍ଭ ହେବ । ପରେ ଭିତର ଭଣ୍ଡାର ମରାମତି କାମ ହେବ ।

ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ରୀତିନୀତିରେ ଯେପରି କୌଣସି ଅସୁବିଧା ନହେବ ତାକୁ ପ୍ରଥମିକତା ଦିଆଯିବ । ସେ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା ସରିଛି ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+