ରାଜ୍ୟରେ ବିଗୁଡିଛି ଆଇନ ଶୃଙ୍ଖଳା ପରିସ୍ଥିତି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟରେ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଛି, ଯାହା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଷୟରେ ସୂଚନା ଦେଉଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dharmendra pradhan
ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୁବନେଶ୍ୱର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀଙ୍କ ଉପରେ ଆକ୍ରମଣ କରାଯାଉଛି, ଯାହା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ବିଷୟରେ ସୂଚନା ଦେଉଛି । ଗୃହମନ୍ତ୍ରୀ ଭାବେ ନିରବତା ଅବଲମ୍ବନ କରିବା, ଡିଜିପି ମହାପ୍ରଭୁଙ୍କ ଭରସା କହି ଖସିଯିବାର ବାତାବରଣ ସୃଷ୍ଟି କରିବାରୁ ତଦନ୍ତରେ କିଛି ସ୍ପଷ୍ଟତା ରହୁ ନାହିଁ ।'

ସେହିପରି ହାଇକୋର୍ଟ ତଦାରଖ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଅବସରପ୍ରାପ୍ତ ନ୍ୟାୟଧୀଶଙ୍କ ଅଧିକାର କ'ଣ ସେଥିରେ ସ୍ପଷ୍ଟକା ନାହିଁ । ପ୍ରତ୍ୟକ ଅଭିଯୋଗ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ପଡୁଛି । ତଦନ୍ତର ମୂଳଦୁଆ ଯେଉଁଠି ଠିକ୍ ନାହିଁ, ସେଠି ସ୍ପଷ୍ଟତା ଆସିବ ନାହିଁ । କ୍ରାଇମବ୍ରାଞ୍ଚର ତଦନ୍ତ ବିଶ୍ୱସନୀୟ ନୁହେଁ, ନୈତିକତା ଦୃଷ୍ଟିରୁ ଥାର୍ଡପାର୍ଟିକୁ ତଦନ୍ତର ଭାର ଦିଆଯାଉ ।

ସେହିପରି ବାଲେଶ୍ୱର ବାଲି ମାଫିଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କରିବା କଥା ଏବଂ ବିଧାୟକଙ୍କ ଦ୍ୱାରା ଜଣେ ଯୁବତୀଙ୍କୁ ନିର୍ଯାତିତ କରିବା ଘଟଣାକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+