Get Updates
Get notified of breaking news, exclusive insights, and must-see stories!

ପ୍ରବଳ ଜାଡରେ ଥରୁଛି କନ୍ଧମାଳ, ଘନ୍ କୁହୁଡ଼ିରେ ଦେଖାଯାଉନି ରାସ୍ତା ଘାଟ

ଥଣ୍ଡାରେ ଥରୁଛି କନ୍ଧମାଳ ଜିଲ୍ଲା । ପ୍ରାୟ ଦୁଇ ସପ୍ତାହ ହେଲା ହାଡ଼ଭଙ୍ଗା ଶୀତ ଲହରି ଜାରି ରହିଛି । ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଛି । ଆଜି ପାଗରେ ପରିବର୍ତ୍ତନ ହୋଇଛି । ସନ୍ଧ୍ୟା ୮ଟାରୁ ଶୀତ ସହ କୁହୁଡ଼ି ମାଡ଼ି ଆସୁଛି । ସକାଳୁ ଘନ କୁହୁଡ଼ି ସହ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସହର ଯୁବକମାନେ ନିଆଁ ର ସାହାରା ନେବା ସହ ଚା'ର ଆସର ନେଇଛନ୍ତି । ସ୍ତାନୀୟ ଲୋକେ ପଡ଼ିଆରେ ବ୍ୟାୟାମ କରିବା ସହ ପ୍ରାତଃ ଭ୍ରମଣ କରିବାର ଦେଖିବାକୁ ମିଳିଛି l

Kandhamal

ଗତ କାଲି ସର୍ବନିମ୍ନ ତାପମାତ୍ରା ଫୁଲବାଣୀ ୭.୦ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଦାରିଙ୍ଗିବାଡ଼ି ୭.୬° ଓ ଜି ଉଦୟଗିରି ୭.୬ ତାପମାତ୍ରା ରେକର୍ଡ ହୋଇଛି । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ । ସନ୍ଧ୍ୟା ହେଲେ କାଲୁଆ ଥଣ୍ଡା ମାଡି ଆସୁଛି । ରାତି ୮ଟା ପରେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି । ସହର ହେଉ ଆଭ୍ୟନ୍ତରୀଣ ସବୁଠି ଶୀତର କର୍ଫ୍ୟୁ ଜାରି ରହିଛି । ସ୍ଥିତି ଏମିତି ଯେ ପ୍ରବଳ ଥଣ୍ଡା ଯୋଗୁଁ ଦିନ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା ମୁସ୍କିଲ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+