ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଜୋକ୍
ପୁଣି ସ୍କୁଲର ମଧ୍ୟାହ୍ନ ଭୋଜନ ଭୋଜନରେ ଜୋକ୍ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ଅଧିନରେ ଥିବା ରାଧାକାନ୍ତପୁର ଦିବାକରମିଶ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

ଜଣେ ଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତାଙ୍କ ଥାଳିରୁ ଏକ ବଡ଼ ଜୋକ ବାହାରିଥିଲା। ଏହା ଦେଖି ଛାତ୍ରୀ ଜଣଙ୍କ ଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଭାରପ୍ରାପ୍ତ ପ୍ରାଧନ ଶିକ୍ଷକ ପର୍ଶୁରାମ ସାହୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ସ୍ଥାନୀୟ କାଉନସିଲରଙ୍କୁ ଅବଗତ କରାଇଥିଲେ। ଏଥିସହ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜଣାଇଥିଲେ। ଏକ ସଂସ୍ଥା ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି। ଉକ୍ତ ସଂସ୍ଥା ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ହୋଇଆସିଛି।
ବିଇଓ ଅମୀୟ ମହାଳିକ କହିଛନ୍ତି, ପିଲାଟି ଖାଦ୍ୟରୁ ଜୋକ ବାହାରିଥିଲା। ଜୋକଟି ସିଝିଯାଇଥିଲା। ଘଟଣା ସଂପର୍କରେ ସେମାନେ ମୋ ପାଖରେ ଅଭିଯୋଗ କରିଛନ୍ତି। ଗତବର୍ଷ ମଧ୍ୟାହ୍ନରେ ଭୋଜନରୁ ପୋକ ବାହାରିଥିଲା। ଏଥିପାଇଁ ସେହି ସଂସ୍ଥା ପାଖରୁ ଖାଦ୍ୟ ଅଣାଯାଉନଥିଲା। ପରେ ଉଚ୍ଚସ୍ତରୀୟ ଆଲୋଚନା ହେବା ପରେ ସେମାନେ ଭଲ ଖାଦ୍ୟ ଦେଉଥିଲେ। ଘଟଣାର ତଦନ୍ତ କରାଯିବ।












Click it and Unblock the Notifications