ଶ୍ରୀବଳଭଦ୍ରଙ୍କୁ ପକାଇ ଦେବା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଆଇନ ମନ୍ତ୍ରୀ
ବଡଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ଝୁଙ୍କିପଡିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି, ଏଯାଏଁ ରଥଯାତ୍ରାର ସବୁ ବ୍ୟବସ୍ଥାକୁ ସୁରୁଖରୁରେ କରାଯାଇଛି । ଆଡପ ବିଜେ ସମୟରେ ଯାହା ଘଟିଛି ତାହା ସମାନ୍ୟ ଏକ ଦୁର୍ଘଟଣା ।

ଏହା ମହାପ୍ରଭୁଙ୍କର ଏ ଏକ ଲୀଳା । ତେବେ ଏହି ଘଟଣାରେ ମହାପ୍ରଭୁଙ୍କୁ ଶ୍ରୀଅଙ୍ଗକୁ କୌଣସି କ୍ଷତି ହୋଇନାହିଁ ବରଂ ଆହତ ହୋଇଥିବା ସେବାୟତଙ୍କର ଚିକିତ୍ସା ଚାଲିଛି । ତେବେ ମହାପ୍ରଭୁ ନିଳାଦ୍ରୀବିଜେ ଯାଏଁ ସମସ୍ତ ନୀତି ଶୃଙ୍ଖଳିତ ଭାବେ ସାମପନ ହେବ । ଏବଂ ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ' ।
ସୂଚନା ଯୋଗ୍ୟ ଯେ, ଗତକାଲି ଆଡ଼ପମଣ୍ଡପକୁ ଗୋଟି ପହଣ୍ଡିବେଳେ ଚାରମାଳ ଉପରେ ବଡ଼ଠାକୁର ଶ୍ରୀବଳଭଦ୍ର ହାମୁଡ଼େଇ ପଡ଼ିଯାଇଥିଲେ। ଫଳରେ ସେବାୟତମାନେ ମଧ୍ୟ ରଥ ତଳକୁ ଖସି ପଡ଼ିଥିଲେ। ୭ରୁ ଅଧିକ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି। ଏହି ଖବର ମିଳିବା ପରେ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ପ୍ରଥମେ ପୁରୀ ପଠାଯାଇଥିଲା ଓ ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ପୁରୀ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତିନିଠାକୁରଙ୍କ ଗୋଟି ପହଣ୍ଡିବେଳେ ଏଭଳି ଅଘଟଣକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।












Click it and Unblock the Notifications