ରାଜ୍ୟରେ ଅପରାଧ ଓ ଆଇନ ଶୃଙ୍ଖଳାକୁ ନେଇ ଶ୍ୱେତ ପତ୍ର ଜାରି କଲା ଗୃହ ବିଭାଗ, ଜାଣନ୍ତୁ କେମିତି ଅଛି ରାଜ୍ୟର ସ୍ଥିତି

ଶୁକ୍ରବାର ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ ହୋଇଛି । ଯେଉଁଥିରେ ରାଜ୍ୟରେ ଅପରାଧ, ଆଇନ ଶୃଙ୍ଖଳା ନେଇ ତଥ୍ୟ ଦିଆଯାଇଛି । ଶ୍ବେତପତ୍ରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଗତ ବର୍ଷ ଅର୍ଥାତ ୨୦୨୩ରେ ୨,୮୨୬ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏଥିରୁ ୨୭୬୨ ମାମଲା ସତ୍ୟ ରହିଥିଲା । ଯେଉଁଥିରୁ ୧୮୪୭ ମାମଲାର ଚାର୍ଜସିଟ୍‌ ଦାଖଲ ହୋଇଛି । ୧୬୫୫ଟି ଦଙ୍ଗା ମାମଲା ମଧ୍ୟରୁ ୧୬୧୯ ସତ୍ୟ । ବର୍ଷ ଶେଷ ସୁଦ୍ଧା ୯୨୯ଟି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି I ୨୦୨୩ରେ ବାମପନ୍ଥୀ ଉଗ୍ରବାଦ ସ୍ଥିତି ନିୟନ୍ତ୍ରଣାଧୀନ । ୩ ମାଓବାଦୀଙ୍କ ମୃତ୍ୟୁ, ୧୩ ମାଓବାଦୀ ଗିରଫ ହୋଇଛନ୍ତି।

home department

ଆହୁରି ମଧ୍ୟ, ୨୦୨୩ ମସିହାରେ ରାଜ୍ୟରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତବ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ ୧୩୬୨ଟି ହତ୍ୟା, ୩୭୦ ଡକାୟତି, ୨୯୬୧ଟି ଲୁଣ୍ଠନ, ୬୦୭୧ଟି ସିନ୍ଧିଚୋରୀ, ୧୬୮୫୧ଟି ଚୋରି, ୬୧୯୬ଟି ପ୍ରତାରଣା, ୧୬୫୫ଟି ଦଙ୍ଗା, ୨୮୨୬ଟି ଦୁଷ୍କର୍ମ, ୧୧୯୯୨ଟି ମୋଟର ଯାନ ଦୁର୍ଘଟଣା, ୧ଲକ୍ଷ ୪୯ ହଜାର ୬୭୦ ବିଭିନ୍ନ ମାମଲା ରହିଛି।

ସେପଟେ ଶ୍ବେତପତ୍ର ତଥ୍ୟକୁ ନେଇ ପୂର୍ବ ସରକାରଙ୍କୁ ଘେରିଛି ବିଜେପି। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ''ପୂର୍ବ ସରକାରରେ ଏତେ ଅପରାଧ ବଢ଼ିଥିବା ସ୍ପଷ୍ଟ ହୋଇଛି, ଯାହା ଆଜି ଶ୍ୱେତ ପତ୍ରରେ ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ଜଣା ପଡୁଥିଲା ରାଜନୈତିକ ହସ୍ତକ୍ଷେପ କାରଣରୁ ପୋଲିସ ସରକାର ଦ୍ୱାରା କବଳିତ ହୋଇ ରହିଥିଲା। ଯାହାର ପ୍ରମାଣ ହେଉଛି ଶ୍ୱେତ ପତ୍ର। ତେବେ ସେ ଆହୁରି କହିଛନ୍ତି ଏବେ ରାଜ୍ୟରେ ମୋହନ ସରକାର ଆସିଛି ସବୁ ନିୟନ୍ତ୍ରଣକୁ ଆସିବ। ଅପରାଧୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+