ବଢୁଛି ହୀରାକୁଦ ଜଳସ୍ତର ; ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ

ବଢୁଛି ହୀରାକୁଦ ଜଳସ୍ତର । ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ। ପ୍ରବେଶ କରୁଛି ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ। ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଗତକାଲି ମଧ୍ୟାହ୍ନ ୧୨ଟାରେ ସେକେଣ୍ଡ ପିଛା ୧,୪୦,୦୪୮ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ଜଳଭଣ୍ଡାରରୁ ‌ସେକେଣ୍ଡ ପିଛା ୩୯,୭୫୩ କ୍ୟୁସେକ ଜଳ ନିଷ୍ପାସନ ହେଉଥିଲା। ପାୱାର ଚେନାଲ ମାଧ୍ୟୟମରେ ୩୬,୫୪୪, ଚାଷ ପାଇଁ ୨୯୨୫ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୩୭୫ କ୍ୟୁସେକ, ଏସଏମସି ପାଇଁ ୫୦୦ କ୍ୟୁସେକ, ସମ୍ବଲପୁର ପାଇଁ ୫୦ ଓ ଶିଳ୍ପ ପାଇଁ ୨୭୪କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

hirakud

ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖ ସକାଳ ୧୦ଟା ପରେ ହୀରାକୁଦ ଜଳଭଣ୍ତାରରୁ ବନ୍ୟା ଜଳ ଛଡ଼ାଯିବ । ଫଳରେ ମହାନଦୀ ଏବଂ ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବ ।

ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ 'ହୀରାକୁଦ ହେଡ ୱାର୍କ୍ସ ଏବଂ ଅତିରିକ୍ତ ସ୍ପିଲୱେ'ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି।ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି ।

ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବାରୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଥିଲା । ତେଣୁ ଡ୍ୟାମ ପାଣି ବଢ଼ିବାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଜାତ ହୋଇଥିଲା ।

ବନ୍ୟା ଜଳ ଛଡ଼ାଯିବା ନେଇ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ଅଚାନକ ବନ୍ୟାଜଳ ଛାଡ଼ିବା ଫଳରେ ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସତର୍କ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+