ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ, ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ଲାଗିବ CCTV

ହାଇକୋର୍ଟରେ ଭରତପୁର ଥାନା ବିବାଦ ମାମଲାର ଶୁଣାଣି ହୋଇଛି । ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା SOP ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ ।

High Court

SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ CCTV ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।

ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ମାମଲାରେ ଫରେନସିକ୍ ରିପୋର୍ଟ ଆସିଥିଲା । କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଫରେନସିକ୍ ରିପୋର୍ଟ । ଗୁଜୁରାଟ ସ୍ଥିତ ଲାବ୍‌ରୁ ଏହି ଫରେନସିକ୍ ରିପୋର୍ଟ ଆସିଛି । ଏହି ଫରେନସିକ୍ ରିପୋର୍ଟ ଖୋଲିବ ଘଟଣାର ପ୍ରକୃତ ରହସ୍ୟ । ଗୁଜୁରାଟ ଫରେନସିକ୍ ଲାବ୍‌ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ତିନି ଜଣ ଏସ୍‌ଆଇ ଓ ଜଣେ ଏଏସ୍‌ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+