ହସ୍ପିଟାଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଥ୍ୟ ମାଗିଲେ ହାଇକୋର୍ଟ
କଟକ : ରାଜ୍ୟରେ ହସ୍ପିଟାଲ୍ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ତଥ୍ୟ ମାଗିଲେ ହାଇକୋର୍ଟ। ବୁଧବାର ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁଥିରେ ରାଜ୍ୟର ଡାକ୍ତରଖାନାଗୁଡ଼ିକର ଅଗ୍ନି ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶାର ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ସିଭିଲ ଡିଫେନ୍ସର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ନିର୍ଦ୍ଦେଶନାମା ସରକାରୀ ଏବଂ ବେସରକାରୀ କ୍ଷେତ୍ର ଉଭୟର ଡାକ୍ତରଖାନା ପାଇଁ ରହିଛି। କେନ୍ଦ୍ରାପଡ଼ାର ଏକ ଡାକ୍ତରଖାନାର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। "ବୁଧବାର ଠାରୁ ଚାରି ମାସ ମଧ୍ୟରେ ରାଜ୍ୟର ସମସ୍ତ ଡାକ୍ତରଖାନାର ସମ୍ପୂର୍ଣ୍ଣ ଅଗ୍ନି ନିରାପତ୍ତା ଅଡିଟ୍ ରିପୋର୍ଟ ଏହି କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶନାମାରେ ହାଇକୋର୍ଟ କହିଛନ୍ତି।












Click it and Unblock the Notifications