ଦୁର୍ଗା ପୂଜାରେ ଡିଜେ ବାଜିବାକୁ ନେଇ ବଡ ରାୟ ଦେଲେ ହାଇକୋର୍ଟ, କହିଲେ ୬୫ ଡେସିବେଲ ଭିତରେ ରହିବ ଶବ୍ଦ
ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ । ପାର୍ବଣ ସମୟରେ ଡିଜେ ବଜାଇବାକୁ ଅନୁମତି ଦେଇଛନ୍ତି। ତେବେ ୬୫ ଡେସିବେଲ ଭିତରେ ଡିଜେ ଶବ୍ଦ ରହିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।

କଟକ ସହ ସମ୍ପର୍କିତ ଜନସ୍ବାର୍ଥ୍ୟ ମାମଲାରେ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା ନିର୍ଦେଶରେ କୁହାଯାଇଛି ଯେ ପାର୍ବଣରେ ଡିଜେ ବଜାଇବାକୁ ଅନୁମତି ଦିଆଯିବ, ଏହା ୬୫ ଡେସିବେଲ ଭିତରେ ରହିବ।
ରାସ୍ତାଘାଟ ମରାମତି ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ଦେଲେ ନିର୍ଦେଶ ଦେଇଛନ୍ତି। ରାସ୍ତା ଉପରେ ତୋରଣ ନିର୍ମାଣ ଉପରେ ମଧ୍ୟ ତାଗିଦ କରିଛନ୍ତି। ପୂଜା କମିଟି ସଦସ୍ୟମାନେ ସ୍ଥାନୀୟ ଅଞ୍ଚଳରେ ଯେଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବ ଏବଂ ଧନ ଜୀବନ ସୁରକ୍ଷିତ ରହିବ ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ହାଇକୋର୍ଟ ପକ୍ଷରୁ ନିର୍ଦେଶ ଦିଆଯାଇଛି।












Click it and Unblock the Notifications