ବଡ ରାୟ ଦେଲେ ହାଇକୋର୍ଟ ; ଏଣିକି ଗ୍ୟାସ ବିସ୍ଫୋରଣ ହେଲେ ମିଳିବ କ୍ଷତିପୂରଣ
ବଡ ରାୟ ଦେଲେ ଓଡ଼ିଶା ହାଇକୋର୍ଟ । ଗ୍ୟାସ୍ ଫାଟି କ୍ଷୟକ୍ଷତି ହେଲେ ଏଣିକି ମିଳିବ କ୍ଷତିପୂରଣ। ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନୟାଗଡ଼ ସିଲିଣ୍ଡର ବିସ୍ଫୋରଣ ମାମଲାରେ ଶୁଣାଣି କରି କୋର୍ଟ ରାୟ ପ୍ରଦାନ କରିଛନ୍ତି।

କୋର୍ଟ କହିଛନ୍ତି, ଗ୍ୟାସ ଫାଟି କ୍ଷୟକ୍ଷତି ହେଲେ ଏଣିକି କ୍ଷତିପୂରଣ ମିଳିବ। କୋର୍ଟ କ୍ଷତିପୂରଣ ଦେବାକୁ ଗ୍ୟାସ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ୟାସ ଫାଟିଲେ ଆହତଙ୍କୁ ୨ଲକ୍ଷ ଓ ମୃତକଙ୍କୁ ୪ଲକ୍ଷ ଦେବାକୁ ପଲିସି ରହିଛି ବୋଲି କୋର୍ଟ କହିଛନ୍ତି। ସେହିପରି ଘର ପୋଡ଼ି ଗଲେ ୨ଲକ୍ଷ ଟଙ୍କା ଦେବାକୁ ପଲିସି ରହିଛି ବୋଲି କୋର୍ଟ କହିଛନ୍ତି।
ଉପଭୋକ୍ତାଙ୍କୁ ଅଧିକାର ବାବଦରେ ଅବଗତ କରାଯାଉ। ନିୟମିତ ଭାବେ ଗ୍ରାହକଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications