ଦଣ୍ଡ କୋହଳ କଲେ ହାଇକୋର୍ଟ ; ଫାଶୀ ନୁହେଁ ମିଳିବ ଆଜୀବନ କାରାଦଣ୍ଡ ୯ ଅଭିଯୁକ୍ତଙ୍କୁ

ଦଣ୍ଡ କୋହଳ କଲେ ହାଇକୋର୍ଟ । ଫାଶୀ ବଦଳରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

High Court

ଖବର ଅନୁଯାୟୀ, ୨୦୧୬ ମସିହା ସେପ୍ଟେମ୍ବର ୯ ତାରିଖରେ ରାୟଗଡା ଜିଲ୍ଲା ପୁଟାସିଂ ଥାନା କିନ୍ତୁ ଗାଁରେ ଘଟିଥିଲା ଅଘଟଣ । ଗୋଟିଏ ପରିବାରରେ ତିନି ଜଣଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପା, ମା, ଏବଂ ବଡ଼ ଝିଅ ରହିଥିଲେ । ସେମାନଙ୍କୁ ପିଟି ପିଟି ହତ୍ୟା କରିଥିଲେ ଅଭିଯୁକ୍ତ । ଏହାପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଉ କୋର୍ଟରେ ମାମଲାର ଶୁଣାଣି ହୋଇଥିଲା । ଏହି ଶୁଣାଣିରେ ମାନ୍ୟବର କୋର୍ଟ ୯ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ । ହେଲେ ପରବର୍ତ୍ତୀ ମାମଲାରେ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏତଲା ଦାୟର ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ତଳ କୋର୍ଟଙ୍କ ରାୟରେ ରୋକ୍‌ ଲଗାଇଛନ୍ତି । ଏହାସହିତ ୯ ଜଣ ଅଭିଯୁକ୍ତଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ପରବର୍ତ୍ତନ କରିଛନ୍ତି । ହାଇକୋର୍ଟ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶର ରାୟ ଶୁଣାଇଛନ୍ତି । ଏହାସହିତ ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+