ପୁଣି ଆସୁଛି ବଡ ବର୍ଷା; ୨୪ ଓ ୨୫ ରେ ଭିଜିବ ରାଜ୍ୟ, ଚିନ୍ତାରେ ଚାଷୀ
ରାଜ୍ୟରେ ଗତ କିଛିଦିନ ହେବ ବର୍ଷା ଜାରି ରହିଥିବା ବେଳେ ଆଜିଠୁ ପାଗ ପରିବର୍ତ୍ତନ ହୋଇଛି । ଶୁଖିଲା ପାଗ ରହିଥିବା ବେଳେ ଡିସେମ୍ବର ୨୪ ଓ ୨୫ରେ ପୁଣି ବର୍ଷା ସହ ଘନ କୁହୁଡି କରିବ କଲବଲ ବୋଲି ପୂର୍ବାନୁମାନ କରଛି ପାଣିପାଗ ବିଭାଗ । ତେବେ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ବେଳେ ୭ ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ବିଭାଗ । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧାଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ହେବ ବର୍ଷା । ସେହିପରି ୯ ଜିଲ୍ଲାକୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ।

ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି । ସେହିପରି ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ଦେଇଛି ବିଭାଗ। ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୫ ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା ଅନୁଗୁଳ ଓ କଳାହାଣ୍ଡିକୁ କୁହୁଡି ପାଇଁ ସତର୍କତା ଜାରି କରିଛି ବିଭାଗ । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ସେହିପରି ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ। ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଥିବା ବେଳେ ଆଗାମୀ ୩ ଦିନ ପରେ ବଢିବ ଶୀତର ପ୍ରଭାବ ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲ୍କା ବର୍ଷା ହୋଇଥିବା ବେଳେ କଟକ କଣ୍ଟାପଡା ରେ ୪୫.୦୦ ମିମି ସର୍ବାଧିକ ବର୍ଷା ରେକଡ଼ ହୋଇଛି । ସେହିପରି ଗତ ୨୪ ଘଂଟାରେ ଜଗତସିଂହପୁର ରେ ୧୩.୬ ସର୍ବନିମ୍ନ ତାପମାତ୍ରା ଓ ପାହାଡିଆ ଅଂଚଳ ସିମିଲିଗୁଡା ରେ ୧୦.୬ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।












Click it and Unblock the Notifications