ଟାଇଁ ଟାଇଁ ଖରା, ୩୯ ଡିଗ୍ରୀ ଛୁଇଁପାରେ ପାରଦ
ରବିବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ । ସୋମବାର ଏହା ୩୮ ଡିଗ୍ରୀରେ ଛୁଇଁଛି । ଦିନକରେ ପାଖାପାଖି ୨ ଡିଗ୍ରୀ ବଢ଼ିଥିଲା। ତାଳଚେରରେ ୩୫.୪ ଡିଗ୍ରୀରୁ ୩୭ ଡିଗ୍ରୀକୁ ବଢ଼ିଛି। ଭୁବନେଶ୍ୱରରେ ବି ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିଛି । ଦିନବେଳା ପ୍ରଚଣ୍ଡ ଖରା ଓ ତାତି ଅନୁଭୂତ ହେଉଥିଲା ।

ମଙ୍ଗଳବାର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ୩୫ ଡିଗ୍ରୀରୁ ୩୮ ଡିଗ୍ରୀ ରହିବ। ୪ ତାରିଖ ବା ହୋଲିରେ ଝାରସୁଗୁଡ଼ାରେ ୩୯ ଡିଗ୍ରୀ ଛୁଇଁ ଯାଇପାରେ। ପାଣିପାଗ ବିଭାଗ ଏହି ଆକଳନ କରିଛି। ମଙ୍ଗଳବାର ଝାରସୁଗୁଡ଼ା ଓ ସୋନପୁରରେ ୩୮, ସୁନ୍ଦରଗଡ଼, ଭବାନୀପାଟଣା, ବଲାଙ୍ଗୀର, ବାରିପଦା, ଭୁବନେଶ୍ୱର ଓ ସମ୍ବଲପୁରରେ ୩୭ ଡିଗ୍ରୀ ରହିପାରେ । ୪ ତାରିଖ(ବୁଧବାର) ଟିଟିଲାଗଡ଼, ସୋନପୁର, ସମ୍ବଲପୁର ଓ ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସୋମବାର ସମ୍ବଲପୁରରେ ୩୬.୮ ଡିଗ୍ରୀ, ହୀରାକୁଦରେ ୩୬.୬, ଢେଙ୍କାନାଳରେ ୩୬.୬,ତାଳଚେରରେ ୩୭, ପାରଳାଖେମୁଣ୍ଡିରେ ୩୬.୨, ରାଉରକେଲାରେ ୩୬.୩, ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା । ଅନୁଗୁଳରେ ୩୬.୧, ବାରିପଦା ଓ ଟିଟିଲାଗଡ଼ରେ ୩୬ ଡିଗ୍ରୀ ଥିଲା ।
-
ରାଜ୍ୟସଭା ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ କହିଲେ ଦିଲ୍ଲୀପ ରାୟ -
ବିଧାୟକ ବୈଠକରେ ପହଞ୍ଚି ନ ପାରିବାର କାରଣ କହିଲେ ରମେଶ ଜେନା -
ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା ପରିସ୍ଥିତି -
ରାଜ୍ୟସଭା ନିର୍ବାଚନ , ୧୬ ସେଟ୍ ଫର୍ମ କିଣିଲା ବିଜେପି -
ବଢୁଛି ତାତି ; ସକାଳେ ପରୀକ୍ଷା କର, ଏସଓପି ଜାରି କଲା ଉଚ୍ଚ ଶିକ୍ଷା ବିଭାଗ -
ଶେଷ ହେଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା -
ମାର୍ଚ୍ଚରୁ ମେ' ମାସ ଭିତରେ ୧୫ ଦିନ ହିଟ୍ଓ୍ବେଭ ଆକଳନ, ଗରମ ଆହୁରି ବଢ଼ିବ -
ଘୋଷଣା ହେଲା ରତ୍ନଭଣ୍ଡାର ଗଣତିମଣତି ତାରିଖ -
ରାଜ୍ୟରେ ଅସହ୍ୟ ହେଲାଣି ତାତି, ଭୁବନେଶ୍ବର ଓ ସୋନପୁରରେ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ -
ଚନ୍ଦ୍ରଗ୍ରହଣ:ଜାଣନ୍ତୁ କିପରି କରିବେ ପାଳନ ? କ'ଣ ଖାଇବେ, କ'ଣ ପିଇବେ ? -
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ରାଜ୍ୟ ସରକାର -
ଆଜି ବର୍ଷର ପ୍ରଥମ ଚନ୍ଦ୍ର ଗହଣ: ସକାଳ ୬ଟା ୨୦ରୁ ପାକ ତ୍ୟାଗ, ସନ୍ଧ୍ୟା ୬ଟା ୪୭ ପରେ....












Click it and Unblock the Notifications