ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପୁରା ପ୍ରସ୍ତୁତ; ମନ୍ତ୍ରୀ ମୁକେଶ ମହଲିଙ୍ଗ

ସମୁଦ୍ର ଭିତରୁ ବଳ ଗୋଟାଇ ମାଡ଼ି ଆସୁଛି ବାତ୍ୟା 'ଦାନା'। ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେଇ ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳେ ଭିତରକନିକା-ଧାମରା ମଧ୍ୟରେ ସ୍ଥଳର ଭାଗ ଛୁଇଁବାର ସମ୍ଭାବନା ରହିଛି। ତେବେ ବାତ୍ୟା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

mukesh muhaling

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଛନ୍ତି, ବାତ୍ୟା ର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ସଜାଗ ରହିବା ଲାଗି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ସିଡିଏମଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଶୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ବାତ୍ୟା ସମୟରେ ବର୍ଷା, ପବନ ଅଧିକ ହେବାର ଆଶଙ୍କା ଥିବାରୁ ଏହି ସମୟରେ ସାପ କାମୁଡ଼ା ରୋଗୀଙ୍କ ସହ ବଢ଼ିବା ଅନୁମାନ କରାଯାଉଛି। ତେଣୁ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକସନ ମହଜୁଦ ରଖାଯିବା ସହ ସମସ୍ତ ସେବା ପାଇଁ ଆଲର୍ଟ ରହିଛି ବିଭାଗ । ଏଥିସହ କୌଣସି ବ୍ୟକ୍ତି ବାତ୍ୟା ସମୟରେ ଆହତ ହୋଇ ମେଡିକାଲରେ ପହଞ୍ଚିଲେ ଆଶୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ବାତ୍ୟା ପରିସ୍ଥିତିକୁ ମନିଟରିଂ କରୁଥିବା ବେଳେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦେଉଛନ୍ତି। କାରଣ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାଦ । ତେଣୁ ପ୍ରତିକୂଳ ପରିସ୍ଥିତିରେ ବି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜରୁରୀ ପରିସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ରାଜ୍ୟର ସମସ୍ତ ମେଡିକାଲ କଲେଜର ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଆସନ୍ତା ୨୫ ତାରିଖ ଯାଏ ସେମାନଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି।

୬ଜଣ ବରିଷ୍ଠ ଆଇଏଏସଙ୍କୁ ବାତ୍ୟା ପ୍ରଭାବିତ ହେବାର ଆଶଙ୍କା ଥିବା ୬ଟି ଜିଲ୍ଲା ଦାୟିତ୍ୱ ନ୍ୟସ୍ତ କରିଥିବାବେଳେ ଗତକାଲି ୯ଜଣ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ବାତ୍ୟା ମୁକାବିଲା ଓ ପ୍ରସ୍ତୁତି ଆଦିର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+